ବେଆଇନ୍ ବନ୍ଧୁକ ତିଆରି କାରଖାନା ଉପରେ ଚଢାଉ

0
268

ରିପୋର୍ଟ : ବଳରାମ ଶବର //
ଗୁଣୁପୁର,(୨୧/୦୯) : ବେଆଇନ୍ ବନ୍ଧୁକ ତିଆରି କାରଖାନା ଉପରେ ଚଢ଼ାଉ କରି ଗୁଣୁପୁର ପୋଲିସ୍ ବିଶେଷ ସୂତ୍ରରୁ ଖବର ପାଇ ଉକୁମ୍ବା ଗ୍ରାମରେ ନିୟୋଜିତ ଜଣେ ଜେସିବି ଡ୍ରାଇଭର ପାଖରେ ବେଆଇନ୍ ବନ୍ଧୁକ ଥିବା ଜାଣି ଚଢ଼ାଉ କରିଥିଲେ ।44a3e0ab 1940 4fac 8604 545debe2ee4c ବେଆଇନ୍ ବନ୍ଧୁକ ତିଆରି କାରଖାନା ଉପରେ ଚଢାଉ

ବେଆଇନ୍ ବନ୍ଧୁକ ତିଆରି କାରଖାନା ଉପରେ ଚଢାଉ ରେ ଅଭିଯୁକ୍ତ ଜେସିବି ଡ୍ରାଇଭର ଦେବଦୁର୍ଲଭ୍ ମହାପାତ୍ରଙ୍କ ପାଖରୁ ଗୋଟିଏ ସିଙ୍ଗଲ୍ ସଟ୍ ପିସ୍ତଲ, ତିନୋଟି ଗୁଳି ସହ ଛୁରୀ ଜବତ କରିଥିଲା ପୋଲିସ । ତା’ ଘର ନୟାଗଡ ଜିଲ୍ଲା ଦଶପଲ୍ଲା ରେ ବୋଲି ଜଣା ପଡିଛି ।

ଏହି ବନ୍ଧୁକ କନ୍ଧମାଳ ଜିଲ୍ଲାର ଚୋକାପାଦ ନିକଟ ପାଣ୍ଡିସୀମା ଗ୍ରାମ ଏକ ବନ୍ଧୁକ କାରଖାନାରୁ କିଣା ହୋଇଥିବା କହିଥିଲେ । ପରେ କନ୍ଧମାଳ ଜିଳ୍ଳ୍ଲାର ଚକାପାଦ ପୋଲିସ ଙ୍କ ସହୟତାରେ ଉକ୍ତ ବନ୍ଧୁକ କାରଖାନା ଉପରେ ଚଢ଼ାଉ କରାଯାଇଥିଲା । ବନ୍ଧୁକ ସରଞ୍ଜାମ ଅଧା ତିଆରି ଦୁଇଟି ଦେଶୀ ବନ୍ଧୁକ, ଦୁଇଟି ପିସ୍ତଲ , ତିନୋଟି ଦେଶୀ ଗୁଳି, କଟର୍ , ଚାରୋଟି ଆଇରନ୍ ବ୍ୟାରେଲ୍ କୁ ପୋଲିସ୍ ଜବତ କରିଥିଲା ।

ବନ୍ଧୁକ ତିଆରି କାରଖାନାରୁ ତ୍ରୀନାଥ ବିନ୍ଧାଣୀ ଓ ଭାବଗ୍ରାହୀ ବିନ୍ଧଣିଙ୍କୁ ଗିରଫ କରି ଗୁଣପୁର ଥାନାକୁ ଅଣା ଯାଇ ଥିଲା । ଅଭିଯୁକ୍ତ ମାନେ ୧୯୯୦ ମସିହାଠାରୁ ବନ୍ଧୁକ କାରଖାନା କରି ବନ୍ଧୁକ ବିକ୍ରି କରୁଥିଲେ ବୋଲି ଗୁଣୁପୁର ପୋଲିସ ସାମ୍ବଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ୩ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ପିସ୍ତଲ୍, ଦେଶୀ ବନ୍ଧୁକ, ଓ ବନ୍ଧୁକ ତିଆରି ସରଞ୍ଜାମକୁ ଜବତ କରିଛି ପୋଲିସ୍ । ଏଥିରେ ଆଉ କିଏ ସବୁ ସମ୍ପୃକ୍ତ ଅଛନ୍ତି ତାର ମଧ୍ୟ ଖୋଳତାଡ଼ କରାଯାଉଥିବା ଗୁଣୁପୁର ଆଦର୍ଶ ଥାନା ଭାରପ୍ରାପ୍ତ ଯଶବନ୍ତ ହିୟାଲ ସୁଚନା ଦେଇଛନ୍ତି |