ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନ୍‌ଡିଏ) ପରୀକ୍ଷାରେ ସାମିଲ ହେବେ ମହିଳା : ସୁପ୍ରିମକୋର୍ଟ

0
146

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୨୩/୦୯) : ନଭେମ୍ବର ମାସରେ ହେବାକୁ ଥିବା ନ୍ୟାସନାଲ ଡିଫେନ୍ସ ଏକାଡେମୀ ତଥା ଏନ୍‌ଡିଏ ପରୀକ୍ଷାରେ ସାମିଲ ହେବେ ମହିଳା l ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ମହିଳାମାନଙ୍କୁ ଚଳିତ ବର୍ଷ ହିଁ ଏହି ପରୀକ୍ଷାରେ ସାମିଲ କରାଯିବ l ପରୀକ୍ଷାରେ ଏଣ୍ଟ୍ରି କରିବେ ମହିଳା ସ୍ଥଗିତ ହେବନି ଏଣ୍ଟ୍ରାନ୍ସ ପରୀକ୍ଷା ।

ପ୍ରତିରକ୍ଷା ମନ୍ତ୍ରୀ ୨୦୨୨ରେ ହେବାକୁ ଥିବା ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଝିଅମାନଙ୍କୁ ସାମିଲ କରାଇବା ପାଇଁ କୋର୍ଟକୁ କହିଥିଲେ ହେଲେ ନଭେମ୍ବର ୨୦୨୧ରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷାରେ ମହିଳାମାନଙ୍କୁ ପ୍ରବେଶ ଅନୁମତି ଦିଆଯିବା ଆବଶ୍ୟକ । ଗୋଟିଏ ବର୍ଷ ପାଇଁ ଏହାକୁ ସ୍ଥଗିତ କରିହେବ ନାହିଁ । ଡାକ୍ତରୀ ମାନକକୁ ପରୀକ୍ଷାମୂଳକ ଭାବରେ ସୂଚିତ କରାଯିବା ଉଚିତ୍ । UPSC ନଭେମ୍ବରରେ ହେବାକୁ ଥିବା ପରୀକ୍ଷା ପାଇଁ ସଂଶୋଧିତ ବିଜ୍ଞପ୍ତି ଜାରି କରୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଏନେଇ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ମଧ୍ୟ ଦାଖଲ କରାଯାଇ ସେଥିରେ ଯୋଗ୍ୟତା ପର୍ଯ୍ୟାୟରେ ଫିଜିକାଲ ଫିଟନେସର ମାନଦଣ୍ଡ ରହିବା ସହ ମହିଳାମାନଙ୍କ ପାଇଁ ଉପଯୁକ୍ତ ତାଲିମ ବ୍ୟବସ୍ଥା ଏବଂ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରାଯିବ । ବିଶେଷକରି ମେଡିକାଲ୍ ଫିଟ୍ ପ୍ରାର୍ଥୀମାନଙ୍କୁ ଅନୁମତି ଦିଆଯିବ ।