କୁକୁଡ଼ା ଫାର୍ମକୁ ବିରୋଧ କରି ଇଚ୍ଛାପୁର ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ତ

0
154

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨୨/୦୯) : ଆଜି ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ କାକୁଡିଭାଗ ପଞ୍ଚାୟତର ଇଚ୍ଛାପୁର ଗ୍ରାମର ଗ୍ରାମବାସୀ ମାନେ କୁକୁଡ଼ା ଫାର୍ମକୁ ବିରୋଧ କରି ଉକ୍ତ ଗ୍ରାମର ବରୁଣ ରାଉତ, ପିତା ପଙ୍କଜ ରାଉତ ନାମକ ଏକ ବ୍ୟକ୍ତି ବିରୋଧରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ ଗ୍ରାମର ବରୁଣ ନାମକ ବ୍ୟକ୍ତି ଜଣଙ୍କ ଗ୍ରାମ ମଧ୍ୟରେ ଏକ କୁକୁଡ଼ା ଫାର୍ମ କରିଛନ୍ତି । ଉକ୍ତ ଫାର୍ମର ଚତୁଃପାଶ୍ୱର୍ରେ ଲୋକମାନେ ଘରକରି ରହୁଥିବାରୁ ଏହାର ପ୍ରଦୂଷଣ ଦ୍ୱାରା ପ୍ରଦୂଷିତ ହେଉଛନ୍ତି । ଯାହା ଦ୍ୱାରାକି ଉକ୍ତ ସ୍ଥାନରେ ବସବାସ କରିବା ଲୋକଙ୍କ ପକ୍ଷେ କଷ୍ଟ ସାଧ୍ୟ ହୋଇପଡିଛି । ଲୋକମାନେ କୁକୁଡ଼ା ଫାର୍ମକୁ ବିରୋଧ କରିବାରୁ ଗ୍ରାମର କିଛି ମୁରବି ସ୍ଥାନୀୟ ବ୍ୟକ୍ତିମାନଙ୍କୁ ମଦ୍ୟପାନ କରାଇ ଲୋକଙ୍କୁ ଗାଳିଗୁଲଜ କରାଇଛି ।

ଯାହାଦ୍ୱାରା କି ଏହାକୁ ବିରୋଧ କରି ଏବଂ ଦୋଷୀ ବିରୋଧ ରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉକ୍ତ ଗ୍ରାମର କେତେକ ମହିଳା ଢେଙ୍କାନାଳର ଜିଲ୍ଲାପାଳ ସରୋଜ କୁମାର ସେଠୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।