ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ‘ଏ ଏସ ‘ସିରିଜର ରିଫ୍ରେସର ଏବଂ ଟେଷ୍ଟ ରନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
154

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର,(୨୨/୯) : ରାଜ୍ୟ ସରକାରଙ୍କ ଅଧିନସ୍ଥ ଅର୍ଥ ବିଭାଗରେ ଥିବା ସ୍ୱଳ୍ପ ସଞ୍ଚୟ ବିଭାଗ ତରଫରୁ ନୂତନ ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ‘ଏ ଏସ ‘ସିରିଜ ର ଏକ ରିଫ୍ରେସର ଓ ଟେଷ୍ଟ ରନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lWhatsApp Image 2021 09 23 at 10.19.27 AM ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା 'ଏ ଏସ 'ସିରିଜର ରିଫ୍ରେସର ଏବଂ ଟେଷ୍ଟ ରନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ର ଏହି କାର୍ଯ୍ୟକ୍ରମ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ଏନ ଆଇ ସି କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ, ଡ଼ି ଆଇ ଓ ଏନ ଆଇ ସି, ବିକାଶ ରଞ୍ଜନ ନାୟକ ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଭାରପ୍ରାପ୍ତ ସ୍ୱଳ୍ପ ସଞ୍ଚୟ ଅଧିକାରୀ, ବିଭିନ୍ନ ବ୍ଲକର ବି ଏସ ଏସ ଓ, ଏବଂ ସୋନପୁର ସହରରେ ଥିବା ବିଭିନ୍ନ ଡାକଘର ସ୍ୱଳ୍ପ ସଞ୍ଚୟ ଏଜେଣ୍ଟ ମାନେ ଯୋଗଦାନ କରିଥିଲେ l ହରିଚରଣ ମିଶ୍ର, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ସ୍ୱଳ୍ପ ସଞ୍ଚୟ ର ବିଭିନ୍ନ ଯୋଜନା ଉପରେ ପ୍ରୋତ୍ସାହନ କୁପନ କିପରି ଦିଆଯାଏ ତା ଉପରେ ବିଶେଷ ଆଲୋଚନା କରିଥିଲେ l

୨୦୨୧କ୍ୟାଲେଣ୍ଡର ବର୍ଷ ମଧ୍ୟରେ ଜମାକାରୀ ମାନେ ପୋଷ୍ଟ ଅଫିସ ଆରଡ଼ି, କିସାନ ବିକାଶ ପତ୍ର, ଡାକଘର ମାସିକ ଆୟ ଯୋଜନା,ବରିଷ୍ଠ ନାଗରିକ ସଂଚୟ ଯୋଜନା, ପାଞ୍ଚ ବର୍ଷିଆ ଡାକଘର ମିଆଦୀ ଜମା, ଜାତୀୟ ସଞ୍ଚୟ ସାର୍ଟିଫିକେଟ ଅଷ୍ଟମ ଈସୁ, ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ତଥା ବ୍ୟାଙ୍କ ମାନଙ୍କରେ ପ୍ରଚଳିତ ଥିବା ଜାତୀୟ ସଞ୍ଚୟ ସାର୍ଟିଫିକେଟ, ଜାତୀୟ ସଞ୍ଚୟ ମାସିକ ଆୟ ଏକାଉଣ୍ଟ, ପାଞ୍ଚ ବର୍ଷିଆ ଜାତୀୟ ମିଆଦୀ ଜମା ଏକାଉଣ୍ଟ, ଜାତୀୟ ସଞ୍ଚୟ ରେକରିଁଗ ଡିପୋଜିଟ ଏକାଉଣ୍ଟ, ଜମାରାଶି ଉପରେ ପ୍ରତ୍ୟକ ୨ ହଜାର ଟଙ୍କା ପିଛା ଗୋଟିଏ ମାଗଣା ପ୍ରୋତ୍ସାହନ ଯୋଜନା କୁପନ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଓ ବ୍ଲକ କାର୍ଯ୍ୟାଳୟରୁ ପାଇପାରିବେ ବୋଲି ସୂଚନା ଦେଇଥିଲେ l

ଗତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲାରେ ୨୨ କୋଟି ୮୩ ଲକ୍ଷ ଟଙ୍କା ଜମା ରାଶି ଉପରେ ପ୍ରୋତ୍ସାହନ କୁପନ ଜମାକାରୀଙ୍କୁ ପ୍ରଦାନ କରାଯାଇଥିଲା l ଦୁଃଖୀ ଶ୍ୟାମ ସେଠୀ, କନିଷ୍ଠ ରାଜସ୍ବ ସହାୟକ,ପ୍ରୋତ୍ସାହନ କୁପନ ସଂଗ୍ରହ ଉପରେ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ l ଏହି କାର୍ଯ୍ୟକ୍ରମ କୁ ସଞ୍ଜୟ ବାରିକ, ରଜନୀକାନ୍ତ ରଥ, ଜିତେନ୍ଦ୍ରିୟ ନାୟକ, ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ଜିଲ୍ଳା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l