“ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ଉପରେ ଗୁରୁତ୍ଵାରୋପ

0
169

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୨୨/୯) : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ “ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2021 09 23 at 10.19.29 AM "ଶିଶୁ ପାଇଁ ଦିନଟିଏ" କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ଉପରେ ଗୁରୁତ୍ଵାରୋପ

ଏହି ପରିପ୍ରେକ୍ଷୀରେ ରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁଥିବା ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ଶ୍ରମ ବିଭାଗ ର ମିଳିତ ଆନୁକୂଲ୍ୟରେ ଆୟୋଜିତ “ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ଅଵୋଲୀ ସୁନିଲ ନରୱଣେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ ଯୋଗଦାନ କରିଥିଲେ ।

ଏହି ଅବସରରେ ଜିଲ୍ଲପାଳ ଆଶୀର୍ବାଦ ଯୋଜନାରେ ପିତା ମାତା ଙ୍କୁ ହରାଇଥିବା ୨ ଜଣ ଶିଶୁ ମାନସ ହରିପାଳ ଏବଂ ମାନସୀ ହରିପାଳ ଙ୍କୁ ୧୦୦୦ ଟଙ୍କାର ଚେକ ପ୍ରଦାନ କରିବା ସହ ଅନ୍ୟ ୪ଜଣ ଶିଶୁ ପୁଜା ମେହେର ଏଲିନା ବଘାର, ତୁଳସୀ ବେହେରା ,ଅପର୍ଣ୍ଣା ନନ୍ଦ ଙ୍କୁ ସ୍ୱତନ୍ତ୍ର ଯତ୍ନ ଶିଶୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ l ଏହା ସହିତ ଦ୍ଵିତୀୟ କିସ୍ତିରେ ଜିଲ୍ଲାର ୩୫୫ ଜଣ ଶିଶୁଙ୍କୁ ଆଶୀର୍ବାଦ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l ସର୍ବମୋଟ ଏ ପର୍ଯ୍ୟନ୍ତ ଜିଲ୍ଲାର ୪୩୮ ଜଣ ଶିଶୁଙ୍କୁ ଆଶୀର୍ବାଦ ଯୋଜନାର ଆର୍ଥିକ ସହାୟତା ପ୍ରଦାନ କରାଯାଇଅଛି l

ବୈଠକରେ ସିଡ଼ିପି ଓ ଚତୁର୍ଭୁଜ ଦାସ ସ୍ୱାଗତ କରିବା ସହ ଜିଲ୍ଲାରେ ପ୍ରତ୍ୟେକ ଶିଶୁମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ତଥା ଶିଶୁଙ୍କ ସୁରକ୍ଷା ପାଇଁ ପ୍ରଶାସନର ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ । ବିଭାଗ ଗୁଡିକ ମଧ୍ୟରେ ଉତ୍ତମ ସଂପର୍କ ରଖି ଜିଲ୍ଲାରେ ସମସ୍ତ ଶିଶୁମାନଙ୍କୁ ସୁରକ୍ଷାଦେବା କୁ ବୈଠକରେ ଅତିଥି ବୃନ୍ଦ ଗୁରୁତ୍ୱାରୋପ କରିଛନ୍ତି l ଜିଲ୍ଲାରେ ୬ ବ୍ଲକ ଓ ବିଭିନ୍ନ ଗ୍ରାମପଞ୍ଚାୟତ ସ୍ତରରେ ଅନୁରୂପ ଭାବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lWhatsApp Image 2021 09 23 at 10.19.28 AM "ଶିଶୁ ପାଇଁ ଦିନଟିଏ" କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ଉପରେ ଗୁରୁତ୍ଵାରୋପ

ଏହି ଅବସରରେ ଜିଲ୍ଲାର ଶିଶୁ ତଥା କିଶୋର ଶ୍ରମିକ ଅବସ୍ଥା ଓ ନିରାକରଣ ବିଷୟରେ ଆଲୋଚନା ହୋଇଥିଲା l ପରେ ରେଆର ସଂଗଠନର ସମ୍ପାଦକ ତଥା ଚାଇଲଡ ଲାଇନ ନିର୍ଦ୍ଦେଶକ ଅନଙ୍ଗ ନେଗୀ ଶିଶୁମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ସଂଗଠନ ତରଫରୁ ଜିଲ୍ଲାରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ବୈଠକରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ରେ ଶିଶୁ ମଙ୍ଗଲ କମିଟି ସଦସ୍ୟ ମଧୁ ସୁଦନ ପଧାନ, ଜିଲ୍ଲା ଶ୍ରମ ଅଧିକାରୀ ଡ଼ିଲେଶ୍ଵର ଖାଖା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ପ୍ରମୁଖ ଯୋଗଦାନ କରି ଶିଶୁ ସୁରକ୍ଷା ର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ l

କାର୍ଯ୍ୟକ୍ରମ ରେ ଜିଲ୍ଲା ପରାମର୍ଶଦାତା ରାକେଶ ପ୍ରଧାନ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ତଥା ଶିଶୁ ଶ୍ରମିକ ପ୍ରସଙ୍ଗରେ ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ l ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଥବିର କାଲସାଏ, ବିଶେଶ୍ୱର ହୋତା, ସ୍ୱାଗତ ରାଜ ମିଶ୍ର, ଯାଦବ ନାଗ ପ୍ରଭୁତି ସହଯୋଗ କରିଥିଲେ l