Friday, March 29, 2024

Top 5 This Week

Related Posts

ଚିକିତ୍ସା ଅଭାବରୁ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଏଚଆଇଭି ଆକ୍ରାନ୍ତ, ପ୍ରଶାସନର ଦୃଷ୍ଟି ପଡୁ

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୨୩/୦୯) : ଚିକିତ୍ସା ଅଭାବରୁ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଏଚଆଇଭି ଆକ୍ରାନ୍ତ | ଓଡ଼ିଶାରେ ବର୍ତ୍ତମାନର କୋଭିଡ ସ୍ଥିତି ଗୁରୁତର ଅବସ୍ଥାରେ ରହିଥିବା ବେଳେ ଉକ୍ତ କରୋନାରେ ଟୀକାକରଣ ସହ ଅନ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଜାରୀ ରହିଛି । ଏଭଳି ସ୍ଥିତିରେ ଅତୀତରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା କୁ ଟପି ଓଡ଼ିଶାର ଅନ୍ୟତମ ଟିଟିଲାଗଡ଼ ରେଳ ଜନକ୍ସନ ପାଇଁ ଦାଦନ ପ୍ରବଣତା ଓ ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ଯୋଗୁଁ ଏଚଆଇଭି/ଏଡ୍ସ ରେ ଏକ ପ୍ରଥମ ସ୍ଥାନ ଅଧିକାର କରିଥିବା ରୁ ସରକାର ଟି,ଆଇ(T.I, Target intervention) ନାମକ ପ୍ରୋଜେକ୍ଟ କାର୍ଯ୍ୟକାରୀ କରି ଅନେକ ଧନ,ଜୀବନ ରକ୍ଷା କରି ସଫଳତା ହାସଲ କରିଥିଲେ ।73a307b4 144f 4a47 8872 36b0d3573f1f ଚିକିତ୍ସା ଅଭାବରୁ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଏଚଆଇଭି ଆକ୍ରାନ୍ତ, ପ୍ରଶାସନର ଦୃଷ୍ଟି ପଡୁ

ଜିଲ୍ଲାର ରାଜେନ୍ଦ୍ର ଯୁବକ ସଙ୍ଘ ପ୍ରଥମେ ଏହି ପ୍ରକଳ୍ପ ଆରମ୍ଭ କରି ଓଡ଼ିଶାର ଗଞ୍ଜାମ ମ୍ୟାଡିକାଲ କଲେଜ ଡାକ୍ତରଖାନା ଆକ୍ରାନ୍ତଙ୍କୁ ନେଇ ନିୟମିତ ଏଆରଟି ଔଷଧ ବ୍ୟବସ୍ଥା କରେଇ ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣ କରି ପାରିଥିଲା । ଏହି ପ୍ରକଳ୍ପ ଗତ ଚାରି ବର୍ଷ ଧରି ଜିଲ୍ଲାର ସାଇ-ଟିଆଇ ପ୍ରକଳ୍ପ ସମସ୍ତ କାର୍ଯ୍ୟକ୍ରମ ଚଳାଇ ଆସୁଥିବା ବେଳେ ବର୍ତ୍ତମାନ ଆକ୍ରାନ୍ତ ଓ ନୁତନ ଚିନ୍ହଟ ଆକ୍ରାନ୍ତ ତଥା ଆକ୍ରାନ୍ତଙ୍କୁ ନିୟମିତ ଔଷଧ ସେବନ ସହ କୋଭିଡ ଟୀକା ବ୍ୟବସ୍ଥା କରାଯାଉ ନ ଥିବା ଓ ଆକ୍ରାନ୍ତ ଗୁରୁତର ଭାବେ ଜୀବନ,ମୃତ୍ୟୁ ସହ ସଂଘର୍ଷ କରିବା ପରି ଦୟନୀୟ ଅବସ୍ଥା ସୃଷ୍ଟି ହୋଇଛି । ଚିକିତ୍ସା ଅଭାବରୁ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଏଚଆଇଭି ଆକ୍ରାନ୍ତ |

ଏପରି ଦୟନୀୟ ଅବସ୍ଥାରେ ଜିଲ୍ଲା ର ବିଶେଷକରି ଟିଟିଲାଗଡ଼ ସବ୍ଡିଭିଜନ,ସହ ପାଟଣାଗଡ଼,କଣ୍ଟାବାଞ୍ଜି,ତୁରେକେଲା, ବେଲପଡା,ସାଇଁତଲା ଆଦି ଅଞ୍ଚଳରେ ଆକ୍ରାନ୍ତ ଓ ନୂତନ ଚିନ୍ହଟ ଆକ୍ରାନ୍ତ ତଥା ଘରୋଇ ଭାବେ ଗର୍ଭବତୀ ମହିଳାଙ୍କ ସହ ଅନ୍ୟ ସବୁ ବର୍ଗର ଲୋକେ ଉପଯୁକ୍ତ ଚିକିତ୍ସା ଅଭାବରୁ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ସହ ମୃତ୍ୟୁ ର ଶିକାର ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି ।

ବିଶେଷ ଦ୍ରଷ୍ଟବ୍ୟ ଯେ,ବଲାଙ୍ଗୀର ଜିଲ୍ଲା ସନ୍ଥ ଭୀମଭୋଇ ମ୍ୟାଡିକାଲ କଲେଜ ଡାକ୍ତରଖାନାରେ ଏହି ଗୁରୁତର ଆକ୍ରାନ୍ତ ଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆମ୍ବୁଲାନ୍ସ ରେ ସ୍ଥାନାନ୍ତରିତ କରିବା ସତ୍ୱେ ଏହି ମ୍ୟାଡିକାଲ କଲେଜ ରେ ପ୍ରବଳଭିଡ ଓ ଚଟାଣରେ ଗଡ଼ିବା କୌଣସି କଟକଣା ନ ମାନିବା ଯୋଗୁଁ ଗୁରୁତର ପରିସ୍ଥିତି ବୃଦ୍ଧି ପାଉଛି । ଏଣୁ ଡାକ୍ତର ଗୁରୁତର ଅବସ୍ଥାରେ ଆକ୍ରାନ୍ତ ଙ୍କୁ ବୁର୍ଲା ଏସ ସି ବି ମ୍ୟାଡିକାଲ କଲେଜ ସ୍ଥାନାନ୍ତରିତ କରିବା ଓ ସେଠି ଡାକ୍ତର କଟକ ସ୍ଥାନାନ୍ତରିତ କରିବା ଯୋଗୁଁ ଲୋକେ ନିଜ ଭାଗ୍ୟ କୁ ଆଦରି ଫେରିଆସୁଛନ୍ତି । ଜିଲ୍ଲା ରେ କାର୍ଯ୍ୟରତ ଟିଆଇ ପ୍ରକଳ୍ପ କାଗଜ,କଲମ ରେ ସବୁ ସମ୍ପାଦନା କରି ସରକାରୀ ଟଙ୍କା ତୋଷାରପାତ କରୁଥିବା ଅଭିଯୋଗ ହୋଇଥିବା ବେଳେ ଜିଲ୍ଲା ଡି ପି ଏମ ରାଜେନ୍ଦ୍ର ମହାରଣା ତଦନ୍ତ ସହ ସ୍ୱତନ୍ତ୍ର ଭାବେ ଆକ୍ରାନ୍ତ ଙ୍କ ସେବା ଯୋଗାଇ ଦେବା ବ୍ୟବସ୍ଥା କରିଥିବା ଜଣାପଡିଛି ।

ଏବେ ଉକ୍ତ ସାଇ ଟିଆଇ ପ୍ରକଳ୍ପ ପାଇଁ ଦୀର୍ଘ ବର୍ଷ ର କାର୍ଯ୍ୟବଳୀ ଦାଖଲ ନେଇ ସବୁ ଗୁମୁର ଫିଟିବା ଭୟରେ ରହି ଦିନରାତି କାଗଜକଲମ ଚଳେଇ ଥିବା ସହ ନେତା, ମନ୍ତ୍ରୀ ଙ୍କ ଦ୍ବାରସ୍ଥ ହୋଇଆସୁଥିବା ଦେଖାଯାଉଛି । ଏ ନେଇ ଉକ୍ତ ଟି,ଆଇ କାର୍ଯ୍ୟରତ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ସେ କାଗଜ ପତ୍ର ସବୁ ଠିକ ଅଛି କେହି କିଛି କରିପାରିବେନାହିଁ ବୋଲି ଶ୍ରୀ ବୁଲୁ କୁମାର ପ୍ରକାଶ କରିଛନ୍ତି । ଏ ନେଇ ଗତ ଶନିବାର ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ରେ ଜିଲ୍ଲା ମ୍ୟାଡିକାଲ କଲେଜ ରେ ଭର୍ତ୍ତି ହୋଇ ଚିକିତ୍ସା ଧୀନ ଶ୍ରୀ ରାମେନ କର(ଛଦ୍ମନାମ) ଙ୍କୁ ଉପଯୁକ୍ତ ଚିକିତ୍ସା ନ ମିଳିବା ସହ ସେ ମାନସିକ ରୋଗାକ୍ରାନ୍ତ ଥିବା ଓ ମାନସିକ ବିଭାଗ ଡାକ୍ତର ଙ୍କୁ ଯୋଗାଯୋଗ ନ କରେଇ ବୁର୍ଲା ସ୍ଥାନାନ୍ତର କରିବା ଯୋଗୁଁ ଟିଟିଲାଗଡ଼ ରୁ ଯାଇଥିବା ଶ୍ରୀ କର ଓ ତାଙ୍କ ସ୍ତ୍ରୀ ନିଜ ଘରକୁ ଫେରି ଆସି ଦୟନୀୟ ଭାବେ ରହିଛନ୍ତି ।

ସେହିପରି ଅସ୍ତ୍ରୋପଚାର ବିଭାଗ ରେ ପ୍ରଫୁଲ୍ଲ ମହାପାତ୍ର ନାମକ ଜଣେ ଭର୍ତ୍ତି ଆକ୍ରାନ୍ତ ଙ୍କୁ ଉକ୍ତ ବିଭାଗ ଡ଼ଃ ଆଶୀର୍ବାଦ ଶତପଥୀ ଙ୍କୁ ପ୍ରାୟ ୬ ଦିନ ହେବ କେବଳ କିଛି ନାମକୁ ମାତ୍ର ଔଷଧ ଦେଇ ସମ୍ପୂର୍ଣ୍ଣ ଅବହେଳା କରିବା ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ଙ୍କ ନିକଟରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି । ଅନୁରୂପ ଭାବେ ଗତ ବୁଧବାର ଦିନ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ରୁ ଦୁଇ ଜଣ ଏଡ୍ସ ଆକ୍ରାନ୍ତ ଆମ୍ବୁଲାନ୍ସ ଯୋଗେ ଦିନ ପ୍ରାୟ ୨ ଟା ରେ ପହଁଚି ଗୁରୁତର ଅବସ୍ଥାରେ ଭର୍ତ୍ତି ଥିବା ବେଳେ ଡାକ୍ତରଖାନାରେ ଅବ୍ୟବସ୍ଥା ସହ ଅବହେଳା ଯୋଗୁଁ ବୁର୍ଲା ନ ଯାଇ ନିଜ ଘରକୁ ଫେରି ଆସିଛନ୍ତି । ହେଲେ ଉକ୍ତ ଟିଆଇ ପ୍ରକଳ୍ପ ସହ ବାରମ୍ବାର ଯୋଗାଯୋଗ ସତ୍ୱେ କିଛି ସୁଫଳ ମିଳି ନ ପରିଥିବା ଓ ମୋର ମୃତ୍ୟୁ ପାଇଁ ଉକ୍ତ ପ୍ରକଳ୍ପ ଓ ପ୍ରଶାସନିକ ଅଧିକାରୀ ଦାୟୀ ରହିବେ ବୋଲି ଆମ ନିକଟରେ ଶ୍ରୀ ସୋମନାଥ ବାଗ (୩୭)ପ୍ରକାଶ କରିଛନ୍ତି ।

ଏ ନେଇ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଉପଯୁକ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆକ୍ରାନ୍ତ ଙ୍କ ଚିକିତ୍ସା ବ୍ୟବସ୍ଥା ନ କଲେ ଅନେକ ଆକ୍ରାନ୍ତ ଅକାଳ ମୃତ୍ୟୁ ର ଶିକାର ହେବେ ବୋଲି ଜିଲ୍ଲା ଜନସେବା ସଙ୍ଘ ଲିଖିତ ଅଭିଯୋଗ ପତ୍ର ପ୍ରେରଣ କରିଛନ୍ତି ବୋଲି ସଙ୍ଘ ସଭାପତି ଲମ୍ବୁଧର ଛାତ୍ରୟା ପ୍ରକାଶ କରିଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles