ବୋଟ୍ ଓଲଟି ଅଘଟଣ : ଓଟିଭି ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

0
233

242215620 551999996085827 6957262511022423342 n ବୋଟ୍ ଓଲଟି ଅଘଟଣ : ଓଟିଭି ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରିପୋର୍ଟ : ସୁଭାସିସ ନାୟକ //
କଟକ, (୨୪/୦୯) : ନଦୀ ର ପ୍ରଖର ସ୍ରୋତରେ ଫସିଥିବା ହାତୀକୁ ଉଦ୍ଧାର କରୁଥିବା ବେଳେ ବୋଟ୍ ଓଲଟି ବଡ ଅଘଟଣ ।

ବୋଟ୍ ଓଲଟି ଭାସି ଯାଇଥିବା ଓଟିଭି ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ଏସ ସି ବି ଜରୁରୀକାଳୀନ ଅଧିକାରୀ । ବୋଟ୍ ଓଲଟିବା ପରେ ଓଡ୍ରାଫ୍ ଟିମ୍ ସହ ଘରୋଇ ଟିଭି ଚ୍ୟାନେଲ ର ପ୍ରତିନିଧି ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ମଧ୍ୟ ଭାସି ଯାଇଥିଲେ |

ନଦୀ ର ପ୍ରଖର ସ୍ରୋତରେ ଫସିଥିବା ଓଡ୍ରାଫ୍‌ ଟିମ୍‌, ଓଟିଭି ପ୍ରତିନିଧି ଓ ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଦୁଃଖଦ ଘଟଣା, ଏଥିରେ ଓଟିଭି ର ଚିଫ୍ ରିପୋର୍ଟ ର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି । ଅରିନ୍ଦମଙ୍କ ମୃତ୍ୟୁ ନେଇ ଏସ୍‌ ସି ବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି ।