ସଉଳପୁର ଗ୍ରାମରେ ମଦ ବନ୍ଦ ପାଇଁ ମହିଳା ଗୋଷ୍ଠୀ ଥାନାରେ ଦ୍ୱାରସ୍ତ

0
188

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା,(୨୩/୯) : ବିନିକା ଥାନା ଅନ୍ତର୍ଗତ ସଉଳପୁର ଗ୍ରାମରେ ମଦ ବିକ୍ରୀ ବନ୍ଦ କରିବା ପାଇଁ ଆଜି ଗ୍ରାମର ମହିଳା ଗୋଷ୍ଠୀ ବିନିକା ଥାନାରେ ଦ୍ୱାରସ୍ତ ହୋଇଛନ୍ତି । ଗ୍ରାମର ୨ ଜଣ ବ୍ୟକ୍ତି ଅବାଧରେ ମଦବିକ୍ରୀ କରୁଥିବାରୁ ଲୋକେ ମଦ ପିଇ ବିଭିନ୍ନ ସମୟରେ ଗାଁ ରେ ଗଣ୍ଡଗୋଲ ଲାଗୁରହୁଛି ।022f6e8f 354f 46a4 9356 c0353ad47550 ସଉଳପୁର ଗ୍ରାମରେ ମଦ ବନ୍ଦ ପାଇଁ ମହିଳା ଗୋଷ୍ଠୀ ଥାନାରେ ଦ୍ୱାରସ୍ତ

ପରିବାର ମଧ୍ୟରେ ଆସନ୍ତି ସୃଷ୍ଟି ହେବା ସହ ପୁରୁଷ ମାନେ ଯାହାବି ଦୁଇ ପଇସା ରୋଜଗାର କରୁଛନ୍ତି ତାହା ମଦ ପିଇ ସାରିଦେଉଥିବା ମହିଳା ମାନେ ଅଭିଯୋଗ କରିଛନ୍ତି । ସେହିପରି ଛୋଟ ଛୋଟ ଶିଶୁ ମାନେ ମଧ୍ୟ ମଦ ପିଇ ପଥଭ୍ରଷ୍ଟ ହେଉଛନ୍ତି । ତେଣୁ ସଉଳପୁର ଗ୍ରାମରେ ମଦ ବିକ୍ରୀ ବନ୍ଦ କରିବା ସହିତ ବିକ୍ରୀ କରୁଥିବା ଲୋକଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମର ପ୍ରାୟ ୫୦ ଜଣ ମହିଳା ଥାନା କୁ ଆସି ଦାବି କରିଛନ୍ତି ।