Thursday, March 28, 2024

Top 5 This Week

Related Posts

ଦୁର୍ଗା ପୂଜା ପାଇଁ ମାଟି ଅନୁକୁଳ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୨୪/୯) : ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ହରଭଙ୍ଗା ବଜାର ‘ୟୁଥ କ୍ଳବ’ ଆନୁକୁଲ୍ୟ ରେ ଦୁର୍ଗାପୁଜା କମିଟି କରୋନା କଟକଣା କୁ ଦୃଷ୍ଟି ରେ ରଖି ଦୁର୍ଗାପୁଜା କିଭଳି ଆଲୋଚନା କରାଯିବ ସେ ସମ୍ପର୍କ ରେ ଆଲୋଚନା କରାଯାଇଥିଲା ।

ଦୁର୍ଗା ପୂଜା ପାଇଁ ଆଜି ହରଭଙ୍ଗା ବଜାର ଯୁଥ୍ କ୍ଳବ ର ସଦସ୍ୟ ସର୍ବଶ୍ରୀ – ଶ୍ରୀନିବାସ ସାହୁ, ପ୍ରମୋଦ ଖମାରୀ, ମିଥୁନ ବେହେରା, ଦିନେସ୍ ସାହୁ, ସୁମନ୍ତ ଦେହୁରୀ, ଅରବିନ୍ଦ ଖଟୁଆ ଓ ପୂଜକ ପପୁ ପୁରହିତ ପ୍ରମୁଖ ହରଭଙ୍ଗା ମହାନଦୀ କୂଳ କୁ ଯାଈ ପୂଜା ଅର୍ଚ୍ଚନା କରିଥିଲେ ସେ ଠାରୁ ମୂର୍ତ୍ତି ନିର୍ମାଣ ପାଇଁ ମାଟି ପୂଜା କରି ପୂଜା ମଣ୍ଡପ ନିକଟ କୁ ଆଣିଥିଲେ । କରୋନା କଟକଣା କୁ ନେଇ ପୂଜା ବିଧି ଅନୁସାରେ ହେବ ବୋଲି ୟୁଥ କ୍ଳବ ପକ୍ଷ ରୁ ସୁଚନା ଦିଆଯାଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles