ପୋଖରୀ ରେ ବୁଡି ଦୁଇ ନାବାଳିକା ଙ୍କ ମୃତ୍ୟୁ : ଗ୍ରାମ ରେ ଶୋକାକୁଳ ପରିବେଶ

0
191

ରିପୋର୍ଟ : ଶିବ ବିଷୋୟୀ
ଲମତାପୁଟ,(୨୫/୦୯) : ପୋଖରୀ ରେ ବୁଡି ଦୁଇ ନାବାଳିକା ଙ୍କ ମୃତ୍ୟୁ । ଘଟଣା ଘଟିଛି ଲମତାପୁଟ ବ୍ଲକ ରାଇପଡା ଗ୍ରାମ ରେ ।

ସକାଳୁ ଦୁଇ ସାଙ୍ଗ ଖେଳିବାକୁ ଯାଇଥିଲେ । ଘରକୁ ଦୁଇ ସାଙ୍ଗ ଫେରି ନଥିବା ଦେଖି ପରିବାର ବର୍ଗ ଖୋଜା ଖୋଜି କରିଥିଲ । ଦୁଇ ସାଙ୍ଗ ପୋଖରୀ ନିକଟରେ ଖେଳୁଥିବା କିଛି ଲୋକ ଦେଖିଥିଲେ । ତେଣୁ ଗ୍ରାମ ନିକଟରେ ଥିବା ପୋଖରି ରେ ଖୋଜା ଖୋଜି କରିବା ପରେ ପୋଖରୀ ରେ ବୁଡି ଦୁଇ ନାବାଳିକା ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।

ନାବାଳିକା ଦୁଇ ଜଣ ବାସନ୍ତି ଖରା ଏବଂ କବିତା ପାଙ୍ଗି । ଘଟଣା ର ଖବର ପାଇ ସ୍ଥାନୀୟ ତହସିଲ ଦାର ଏବଂ ମାଛକୁଣ୍ଡ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଗ୍ରାମ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।