Friday, March 29, 2024

Top 5 This Week

Related Posts

ଆସୁଛି ପାର୍ବଣ, ନଦୀପଠାରେ ହସୁଛି ଧବଳ କାସତଣ୍ଡି

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୨୫/୦୯) : ଆସୁଛି ପାର୍ବଣ | ପ୍ରକୃତିର ଏକ ବିଚିତ୍ର ସୃଷ୍ଟି । ପାର୍ବଣକୁ ସ୍ୱାଗତ କରିବାପାଇଁ ସଜେଇହେଲାଣି ପ୍ରକୃତିରାଣୀ । ଆଉ ଦିନ କେଇଟାପରେ ଆରମ୍ଭହେବ ଶାରଦୀୟ ଦୁର୍ଗାପୂଜା । ମା’ଙ୍କ ଆଗମନରେ ପୁଲକିତ ଧରାଣୀରାଣୀ । ଶସ୍ୟଶ୍ୟାମଳା ଧରଣୀର ନିଜର ପତିଆର ବିସ୍ତାର କରି ନିଳଆକାଶ ତଳେ ଖିଲି ଖିଲି ହସୁଛି କସତଣ୍ଡି ଫୁଲ । ଶରତ ଋତୁରେ ବେଶ ଶୋଭା ପାଉଛି ଶୁଭ୍ର କାଶତଣ୍ଡି ଫୁଲ ।

ଆସୁଛି ପାର୍ବଣ, କହୋଲା ପାଗରେ ଧରଣି କୋଳରେ ମଳୟ ପବନ ସ୍ପର୍ଶରେ ଦୋଳି ଖେଳୁଛି ଧବଳ ହୀରା । ପ୍ରକୃତି ଓ ପାର୍ବଣର ସହ ଜଡିତ ଏ କାଶତଣ୍ଡି ଫୁଲ ସବୁଜିମା କୋଳରେ ଭରିଦେଇଛି ଅପୁର୍ବ ସୌନ୍ଦର୍ଯ୍ୟର ଦୃଶ୍ୟ । ରୂପା ଅଳଙ୍କାର ଭଳି କାଶତଣ୍ଡି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅଂଚଳରେ ଥିବା ନଦନଦୀ, ନାଳ, ବିଲ ଗୁଡିକରେ ଦେଖିବାକୁ ମିଳୁଛି ଅପୁର୍ବ ସମ୍ଭାର । ପ୍ରକୃତିର ଏପରି ସୌନ୍ଦର୍ଯ୍ୟକୁ ଦେଖି କବି ଓ ଭାବୁକ ହେଉଛନ୍ତି ଆନମନା ।

ଶରତ ଋତୁରେ ଚାରିଅଡେ ଜମିଲାଣି ପାର୍ବଣର ମାହୋଲ । ମାଙ୍କ ଆଗମନରେ ପୁଲକିତ ହେବ ଧରଣିରାଣୀ । ନଦୀ, ନାଳ, ବିଲ ଆଦି ସବୁଜିମା କୋଳରେ କାଶତଣ୍ଡିର ଖିଲିଖିଲି ସହ । ମଳୟ ପବନ ସ୍ପର୍ଶରେ ଉତ୍‌ଫୁଲି ହୋଇ ଦୋଳି ଖେଳୁଛି କାଶତଣ୍ଡି ଫୁଲ । ବାସ ନାହିଁ ସିନା ତାର ମାଁଙ୍କ ଆଗମନକୁ ଭରପୁର ସ୍ୱାଗତ କରୁଛି ଧବଳ ରାଣୀ । ଏବେ ପାର୍ବଣ ରେ ଖୁସିର ଆସରା । ମାଁଙ୍କ ଆଗମନରେ ନିଜକୁ ଉତ୍ସର୍ଗ କରି ଧବଳ ଶାଢିରେ ସଜେଇ ହୋଇଛି ଧରଣିରାଣୀ । ପ୍ରକୃତିର ଏହି ମନୋରମ ଦୃଶ୍ୟ ସବୁଜିମା କୋଳରେ ବେଶ ଶୋଭା ପାଉଛି । ଚାଷ ଜମି ହେଉକି ମାହାନଦୀ ସବୁ ।ଡେ କାଶତଣ୍ଡିର ପସରା । ଏପରି କାଶତଣ୍ଡି ଦେଖି କବି ଓ ଭାବୁକ ମନକୁ କରିଛି ଆନମନା ।

କବିଙ୍କ ମୂନରୁ ଝରୁଛି ଅନେକ କବିତା । ଶରତର ଶୁଭ୍ରୟ ପରିବେଶକୁ ବିମୋହିତ କରିଦେଇଛି ଏ କାଶତଣ୍ଡି ଫୁଲ । ସୁପ୍ରବାତର ସୁନେଲି କିରଣରେ ଖଣ୍ଡଖ୍ଣ୍ ଭସା ବାଦଲ ଓ ଧରା ପୃଷ୍ଠର ଧବଳରାଣୀ ପରସ୍ପରକୁ ଚାହିଁ ରହିଛନ୍ତି ନିବିଡ ସମ୍ପର୍କ ଭଳି । କାଶତଣ୍ଡିର ସ୍ପର୍ଶରେ କବି ଲେଖକ କଲମକୁ ଚଳଚଂଚଳ କରିଦେଇଛି । ସେହିପରି ଶିଳ୍ପିକୁ ତୁଳି ଧରିବାକୁ ବାଧ୍ୟ କରିଛି କାଶତଣ୍ଡି । ସମସ୍ତଙ୍କୁ ଆନମନା କରି ଖିଲିଖରଲି ହସୁଛି ଧବଳ ରାଣୀ । କାଶତଣ୍ଡିକୁ ନେଇ ଓଡିଆ ସାହିତ୍ୟ ଇତିହାସରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି କବି ଓ ଭାବୁକ । ଆଉକିଛି ଦିନ ଗଲେ ମାଙ୍କ ଆଗମନ ଏହାକୁ ନେଇ ବେଶ ଆଗାକୁ ସୂଚନା ଦେଇଛି କାଶତଣ୍ଡି ଫୁଲ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles