ବୌଦ୍ଧ ଜିଲ୍ଲାରେ ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ଗଠନ

0
230

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୨୪/୦୯) : ଆଜି ୨୪/୦୯ ରିଖରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବୌଦ୍ଧ ଜିଲ୍ଲାରେ ବାଲ୍ୟବିବାହ ପ୍ରତିରୋଧ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଛି |

ବୌଦ୍ଧ ଜିଲ୍ଲାରେ ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ଗଠନ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ଆକ୍ସନ ବୋଡ଼ର ରାଜ୍ୟ ପରାମର୍ଶ ଦାତା ଶ୍ରୀ ଘାସିରାମ ପଣ୍ଡା, ଜିଲ୍ଲା ପରିଷଦ ଅଧକ୍ଷା, DSWO ଲକ୍ଷ୍ୟପତି ଭୋଇ, DCPO ରାହୁଲ କୁମାର ପ୍ରଧାନ,ଚେୟାରମ୍ୟାନ ସାକ୍ଷୀଗୋପାଳ ପ୍ରଧାନ,ଆକ୍ସନ ଏଡ଼ ଜିଲ୍ଲା ପରାମର୍ଶ ଦାତ୍ରୀ ପ୍ରତିଜ୍ଞା ଦାସ, ୱାଇସିଡିଏ ର ପୋଗ୍ରାମ ମ୍ୟାନେଜର ସୁରେଶ ପ୍ରଧାନ, ଓ଼ ଅରୁଣ ପ୍ରଧାନ ଯୋଗଦେଇ ବୈଠକ ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ | ଏହି ବୈଠକରେ ଜିଲ୍ଲାପାଳ ବାଲ୍ୟ ବିବାହକୁ ମନା କରିବା ଏବଂ ପ୍ରଶାସନ ର ସହାୟତାରେ ପାଠ ପଢ଼ା ଜାରି ରଖିଥିବା ୩ ଟି ବ୍ଲକ ର ୫ ଜଣ ବାଳିକାଙ୍କୁ ସମ୍ମାନିତ କରିଥିଲେ | ଶ୍ରୀ ଘାସିରାମ ପଣ୍ଡା ଆଗକୁ କିପରି ଆହୁରି ଅଧିକ ପରିମାଣରେ ଏହିପରି ପିଲାମାନେ ନିଜେ ବାଲ୍ୟବିବାହ ନାଁ କହିଲେ ଜିଲ୍ଲା ବାଲ୍ୟବିବାହ ମୁକ୍ତ ହୋଇପାରିବ ଏହି ଉପରେ ଆଲୋଚନା ମତ ପ୍ରକାଶ କରିଥିଲେ |

ଏବଂ ଏହିପରି ସାହସୀ ପିଲାମାନଙ୍କୁ ସାହାସିକତାର ପୁରସ୍କାର ରେ ପୁରସ୍କୃତ କରିଲେ ଅନ୍ୟମାନଙ୍କ ପାଇଁ ସେମାନେ ଆଦର୍ଶ ହୋଇପାରିବେ ବୋଲି କହିଥିଲେ | ଜିଲ୍ଲା ପାଳ ଆଗକୁ ବାଲ୍ୟବିବାହାରୁ ଉଦ୍ଧାର ପାଉଥିବା ବାଳକ ବାଳିକା ମାନଙ୍କୁ କିପରି ସର୍ବାଙ୍ଗ ଥଇଥାନ ହୋଇପାରିବ ଉପସ୍ଥିତ ଥିବା ସମସ୍ତ ବିଭାଗ ର ମୁଖ୍ୟମାନଙ୍କୁ ନିର୍ଧେଶ ଦେଇଥିଲେ | ଜିଲ୍ଲା ପରିଷଦ ଅଧକ୍ଷା ଏହି ପିଲାଙ୍କୁ ସବୁପ୍ରକାର କରିବାକୁ ପ୍ରତିଶୃତି ଦେଇଥିଲେ | DCPO ଓ଼ ଚେୟାରମ୍ୟାନ ପିଲାମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ |

ସର୍ବଶେଷରେ ଶ୍ରୀମତୀ ଦାସ, ସୁରେଶ ପ୍ରଧାନ, ଅରୁଣ ପ୍ରଧାନ ଙ୍କ ନେତୃତ୍ୱରେ ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ଗଠନ କରି ମଞ୍ଚର ଆଗାମୀ କାର୍ଯ୍ୟକ୍ରମ (ବାଲ୍ୟବିବାହ ନିଷେଧ ପାଇଁ )ବିଷୟରେ ଆଲୋଚନା କରିଥିଲେ | ସର୍ବ ଶେଷରେ CDPO ଶ୍ରୀମତୀ ନିରୁପମା ପାଣି ଦିନଟି କାର୍ଯ୍ୟକ୍ରମର ସଫଳତା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ |