Thursday, March 28, 2024

Top 5 This Week

Related Posts

ବାଲିଗୁଡ଼ା ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସ ଙ୍କୁ ଶ୍ରଦ୍ଧାଞ୍ଜଳି

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡ଼ା,(୨/୦୯) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଦିବଂଗତ ନିର୍ଭିକ ସାମ୍ବାଦିକ ଅରିନ୍ଦମ୍ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ବାଲିଗୁଡ଼ା ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ବାଲିଗୁଡ଼ା ଗାନ୍ଧୀ ଛକ ନିକଟରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଉପସ୍ଥିତ ରହି ଦିବଂଗତ ସାମ୍ବାଦିକ ଅରିନ୍ଦମ୍ ଦାସଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ଅରିନ୍ଦମଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କ୍ୟାଣ୍ଡେଲ ଜାଳିଥିଲେ ସମସ୍ତ ସାମ୍ବାଦିକ । ଏଥିରେ ବରିଷ୍ଟ ସାମ୍ବାଦିକ ସତ୍ୟ ନାରାୟଣ ପାଢ଼ୀ, ପ୍ରମୋଦ କୁମାର ଦଣ୍ଡସେନା ବିପ୍ର ଚରଣ ସାହୁ, ଚିତ୍ତ ରଞ୍ଜନ ନାୟକ, ଅସିତ କୁମାର ବେହେରା, ବିଭୂତି ଲହରିଆ, ,ସୁରେଶ କୁମାର ପତି,ସୁବ୍ରତ ମାଝୀ, ବନବାସୀ ପ୍ରଧାନ ସାମୁଏଲ ପ୍ରଧାନ, ସୁରେଶ କୁମାର ପଣ୍ଡା ପ୍ରମୁଖ ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ କର୍ତଵ୍ୟ, ନିଷ୍ଠାପରତା, କୁ ନେଇ ଶୋକ ପ୍ରକାଶ କରିବା ସହିତ ସ୍ମୃତି ଚାରଣ କରି ଥିଲେ |

ଅରିନ୍ଦମ ଦାସ ଙ୍କ ପରିବାର କୁ ମଧ୍ୟ ବାଲିଗୁଡା ସାମ୍ବାଦିକ ସଂଘ ପକ୍ଷରୁ ସମବେଦନା ଜଣାଇବା ସହିତ ବର୍ତ୍ତମାନ ସମୟରେ ପ୍ରଭୁ ଜଗନ୍ନାଥ ସହାୟକ ହୁଅନ୍ତୁ ବୋଲି ମତ ପ୍ରକାଶ କରିଛନ୍ତି |

Popular Articles