Tuesday, March 19, 2024

Top 5 This Week

Related Posts

ହରଭଙ୍ଗା ବ୍ଲକରେ ପାନୀୟ ଜଳର ମହାଶଙ୍କଟ : ବିଜୁବାବୁଙ୍କ ଛାତ ତଳେ ଥିବା ନଳକୂପ ଅଚଳ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୬/୦୯) : ସୁନାର ଓଡିଶା ପ୍ରଦେଶ ଗଡ଼ିବା ସ୍ବପ୍ନ କେତେଦୂର ସଫଳତା ଲାଭ କରିବ ପ୍ରଶ୍ନବାଚୀ ସୃଷ୍ଟି କରିଛି ହରଭଙ୍ଗା ବ୍ଲକ ରେ ? ହରଭଙ୍ଗା ବ୍ଲକରେ ପାନୀୟ ଜଳର ମହାଶଙ୍କଟ ବାରବାର ଗଣମାଧ୍ୟମ ରେ ପ୍ରକାଶିତ ହେଉଥିଲେ ବି ସୁଧୁରିଲା ନାହିଁ ଏହି ମହା ସଙ୍କଟ |WhatsApp Image 2021 09 26 at 12.09.58 PM ହରଭଙ୍ଗା ବ୍ଲକରେ ପାନୀୟ ଜଳର ମହାଶଙ୍କଟ : ବିଜୁବାବୁଙ୍କ ଛାତ ତଳେ ଥିବା ନଳକୂପ ଅଚଳ

ହରଭଙ୍ଗା ବ୍ଲକରେ ପାନୀୟ ଜଳର ମହାଶଙ୍କଟ | ହରଭଙ୍ଗା ବ୍ଲକ ସଦର ମହକୁମା ବ୍ଲକ ଅଫିସ ନିକଟ ୫୭ ନମ୍ବର ଜାତୀୟ ରାଜପଥ କଡରେ ଥିବା ନଳକୂପ ଅଚଳ ଓ ପରିତ୍ୟକ୍ତ ଅବସ୍ଥା ରେ ପଡ଼ିରହିଛି | ଓଡିଶା ର ବରପୁତ୍ର ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ତଳେ ଥିବା ନଳକୂପ ର ଅବସ୍ଥା ଯଦି ଏମିତି ତାହେଲେ ଗାଁ ଗଣ୍ଡା ରେ ଥିବା ନଳକୂପ ଗୁଡିକ କେଉଁ ଅବସ୍ଥା ରେ ପଡିରହିଥିବ ଏଥିରୁ ଅନୁମେୟ |

ବ୍ଲକ ପ୍ରଶାସନର ମୁଁହ ରେ ଓ଼ ୨୫ ବର୍ଷ ଧରି ପ୍ରଶାସନ ରେ ଥିବା ପିତାମହ ଭୀଷ୍ମଙ୍କ ପିତୃ ଛାତ ତଳେ ଏପରି ଅପନ୍ତରାରେ ଅଚଳ ଅବସ୍ଥା ରେ ଥିବା ନଳକୂପ ଘଟଣା ହରଭଙ୍ଗା ବ୍ଲକ ପାଇଁ ଏକ ନିନ୍ଦନୀୟ ଜନକ ବୋଲି ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି | ଜନସାଧାରଣ ଆଙ୍ଗୁଠି ନ ଉଠଇବା ପୂର୍ବରୁ ଏହି କାର୍ଯ୍ୟ ଗୁଡିକ ସୁଧୁରି ଯିବ କି ? ଅଭିଯୋଗର ଗନ୍ତାଘର ପାଲଟିବ ହରଭଙ୍ଗା ବ୍ଲକ |

1 COMMENT

Comments are closed.

Popular Articles