Friday, March 29, 2024

Top 5 This Week

Related Posts

ରାୟଗଡା ହାବିଲଦାର ଓ କନେଷ୍ଟବଳ ଶାଖା ସଂଘ ନିର୍ବାଚନ ଅନୁଷ୍ଠିତ

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୨୬/୦୯) : ରାୟଗଡା ହାବିଲଦାର ଓ କନେଷ୍ଟବଳ ଶାଖା ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।2f2ac2db 0235 4c3c a07b 6165e2f17a6e ରାୟଗଡା ହାବିଲଦାର ଓ କନେଷ୍ଟବଳ ଶାଖା ସଂଘ ନିର୍ବାଚନ ଅନୁଷ୍ଠିତ

ରାୟଗଡା ହାବିଲଦାର ଓ କନେଷ୍ଟବଳ ଶାଖା ସଂଘର ନୂତନ ସଭାପତି ଭାବେ ସେକ୍ ମୁକ୍ତାଜ ଓ ସାଧାରଣ ସମ୍ପାଦକ ଭାବେ ଚିତ୍ତ ରଞ୍ଜନ ରଥ ନିର୍ବାଚିତ ହୋଇଛନ୍ତି । ସେହିପରି ଉପ ସଭାପତି ଭାବେ ଦେବୀ ପ୍ରସାଦ ପଣ୍ଡା(ଟୁକୁ ପଣ୍ଡା) ଯୁଗ୍ମ ସମ୍ପାଦକ ଭାବେ ସୁମନ କୁମାର ସାହୁ ଓ ସଂଜୟ କୁମାର ଗମାଙ୍ଗ, କୋଷାଧ୍ୟକ୍ଷ ଭାବେ ସମୀର କୁମାର ରଣା, ସଭ୍ୟ ଭାବେ ଦିଲ୍ଲୀପ କୁମାର ତିର୍କୀ, କୃଷ୍ଣଚନ୍ଦ୍ର ଜାନୀ, ରମାକାନ୍ତ ପାଢ଼ୀ, ଶ୍ୟାମ ସୁନ୍ଦର ସାହୁ, ସୁଧାଂଶୁ ରଞ୍ଜନ ପଣ୍ଡା ନିର୍ବାଚିତ ହୋଇଛନ୍ତି । ନୂତନ ସଭାପତି ସେକ ମୁକ୍ତାଜ ନିଜ ନିକଟତମ ପ୍ରତିଦ୍ୱନ୍ଦୀ ବି.ହାଲୱା କୁ ପରାସ୍ତ କରିଛନ୍ତି । ଶେକ ମୁକ୍ତାଜ ୩୪୩ ଭୋଟ ପାଇଥିବା ବେଳେ ହାଲୱା ୧୬୫ ଏବଂ ଅନ୍ୟତମ ପ୍ରତିଦ୍ୱନ୍ଦୀ ବିରଞ୍ଚି ମାତ୍ର ୪୭ ଖଣ୍ଡ ଭୋଟ ପାଇଥିଲେ । e8b6d44b 1a7f 4124 9464 b032695bbdd9 ରାୟଗଡା ହାବିଲଦାର ଓ କନେଷ୍ଟବଳ ଶାଖା ସଂଘ ନିର୍ବାଚନ ଅନୁଷ୍ଠିତ

ସେହିପରି ସମ୍ପାଦକ ଭାବେ ବିଜୟ ହୋଇଥିବା ଚିତ୍ତ ରଞ୍ଜନ ରଥ ୩୧୫ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ଏନ.ଜାକକା ୧୯୮ ଖଣ୍ଡ ଭୋଟ ଏବଂ ମହାଙ୍କୁଡ଼ ମାତ୍ର ୩୪ ଖଣ୍ଡ ଭୋଟ ପାଇଛନ୍ତି । ଶେକ ମୁକ୍ତାଜ ଙ୍କ ପୁରା ଟିମ ଏହି ନିର୍ବାଚନରେ ବିଜୟୀ ହୋଇଛନ୍ତି ।

ଏହି ବିଜୟ ର ଶ୍ରେୟ ଶେକ ମୁକ୍ତାଜ ନିଜର ଶୁଭଚିନ୍ତକ ଏବଂ ପୁରା ପୋଲିସ ଟିମ କୁ ଧନ୍ୟବାଦ ଜଣାଇଛନ୍ତି । ଏହି ବିଜୟ ଟିମ କୁ ରାୟଗଡ଼ା ଜିଲ୍ଲା ବିଭିନ୍ନ ମହଲରୁ ଅଭିବାଦନର ସୁଅ ଛୁଟିଛି । ରାୟଗଡ଼ା ପୁଲିସକୁ ନୂତନ ଦିଗଦର୍ଶନ ଦିଗରେ ନିର୍ବାଚିତ ଟିମ କାମ କରିବ ବୋଲି ଶେକ ମୁକ୍ତାଜ ପ୍ରକାଶ କରିଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles