ସମିତି ସଭ୍ୟ ଗୁଳିକାଣ୍ଡ ଘଟଣାରେ ୪ ଜଣଙ୍କ ଗିରଫକୁ ନେଇ ଏସ.ପି. ଙ୍କ ସାମ୍ବାଦିକ ସମ୍ମିଳନୀ

0
165

ରିପୋର୍ଟ : ରଞ୍ଜିତ ବେହେରା
କାମାକ୍ଷାନଗର,(୨୭/୦୯) : ଗତ ୨୪ /୦୯ ବିଳମ୍ବିତ ରାତିରେ କାମାକ୍ଷାନଗର ବ୍ଳକ ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ଜାମୁଝରା ଛକ ଠାରେ ବାରୁଆଁ ସମିତି ସଭ୍ୟ ଦୀପକ କୁମାର ମହୁନ୍ତଙ୍କ ଗୁଳିକାଣ୍ଡରେ ମୃତ୍ୟୁ ହୋଇଥିବା ତୁମୁସିଙ୍ଗା ଥାନା ସୃଷ୍ଟି କରିଛି ।WhatsApp Image 2021 09 27 at 8.43.44 AM 1 ସମିତି ସଭ୍ୟ ଗୁଳିକାଣ୍ଡ ଘଟଣାରେ ୪ ଜଣଙ୍କ ଗିରଫକୁ ନେଇ ଏସ.ପି. ଙ୍କ ସାମ୍ବାଦିକ ସମ୍ମିଳନୀ

ସୂଚନା ମୁତାବକ ସମିତି ସଭ୍ୟ ଶ୍ରୀ ମହୁନ୍ତ ସ୍ଥାନୀୟ ଅଞ୍ଚଳରେ ପଥର ଖଣି ଓ ବାଲି ପରି ଲଘୁ ଖଣିଜ ପଦାର୍ଥ ବ୍ୟବସାୟ ସହିତ ସଂଶ୍ଳିଷ୍ଟ ଥିଲେ । ଅଭିଯୁକ୍ତଙ୍କ ସହ ବ୍ୟବସାୟ ଜନିତ ବିବାଦ ଥିବା ବେଳେ ୩୫,୦୦,୦୦୦ ଟଙ୍କା ନେଣଦେଣ ପାଇଁ ତିକ୍ତତା ରହିଥିଲା । ଘଟଣା ଦିନ ଅଭିଯୁକ୍ତମାନେ ଶ୍ରୀ ମହୁନ୍ତଙ୍କୁ ଫୋନ କରି ଟଙ୍କା ଦେବାକୁ ଡାକିଥିବା ସହ କେ – ଫର୍ମ ନେବାକୁ କହିଥିଲେ । ଘଟଣାସ୍ଥଳ ଜାମୁଝରା ଛକରେ ଯେତେବେଳେ ଶ୍ରୀ ମହୁନ୍ତ ପହଁଞ୍ଚିଥିଲେ ଅଭିଯୁକ୍ତ ୪ ମଧ୍ୟରୁ ଦୁଇ ଜଣ ଦେଶୀ ବନ୍ଧୁକରେ ତାଙ୍କୁ ଗୁଳି କରିଥିଲେ ।

ଅଭିଯୁକ୍ତ ମାନଙ୍କୁ ଗତକାଲି ଗିରଫ କରାଯାଇଥିବା ବେଳେ କୋର୍ଟ ଫରୱାର୍ଡ କରାଯାଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇ ଦେଶୀ ବନ୍ଧୁକ ଓ OD – 02 – BD – 0493 କାର ପୋଲିସ ଜବତ କରିଛି । ଏ ସମ୍ପର୍କରେ ତୁର୍ମୁସିଙ୍ଗା ଥାନାରେ ମାମଲା ( କେସ ନମ୍ବର ତା 25/9/ 2021-131 u/s 302/34 , IPC25/27 , Arms act u/s 302/120B IPC 25/27 ) ରୁଜୁ ହୋଇଥିଲା ବେଳେ ତଦନ୍ତ ପ୍ରକ୍ରିୟା ଜାରି ରହିଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି ।