ସମ୍ଭାବ୍ୟ ବାତ୍ୟା ଗୁଲାବ କୁ ନେଇ ପ୍ରଶାସନ ଆଲର୍ଟ : ଓଡ୍ରାଫ ଟିମ ସଜାଗ

0
184

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା, (୨୭/୦୯) : କନ୍ଧମାଳ ଜିଲ୍ଲା ରେ ସମ୍ଭାବ୍ୟ ବାତ୍ୟା ଗୁଲାବ କୁ ନେଇ ପାଣିପାଗ ବିଭାଗ ରେଡ ଆଲର୍ଟ କରିବା ପରେ ବାଲିଗୁଡା ଉପଖଣ୍ଡ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି | ଉଭୟ ବ୍ଲକ ଓ ଏନଏସି ପ୍ରଶାସନ ପକ୍ଷରୁ ଡାକ ବାଜି ଯନ୍ତ୍ର ଦ୍ୱାରା ଲୋକ ମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି |WhatsApp Image 2021 09 27 at 8.45.17 AM ସମ୍ଭାବ୍ୟ ବାତ୍ୟା ଗୁଲାବ କୁ ନେଇ ପ୍ରଶାସନ ଆଲର୍ଟ : ଓଡ୍ରାଫ ଟିମ ସଜାଗ

୨୬ ଓ ୨୭ ତାରିଖ ଦୁଇ ଦିନ ସମ୍ଭାବ୍ୟ ବାତ୍ୟା ଗୁଲାବ ଯୋଗୁଁ ସୁରକ୍ଷିତ ସ୍ଥାନ ରେ ରହିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି | ବର୍ଷା ଓ ପବନ ର ମାତ୍ରା ବଢିଲେ ଲୋକେ ଘରୁ ନ ବାହାରିବା କୁ କୁହାଯାଇଛି | ସେହିପରି ପ୍ରଶାସନ ପକ୍ଷରୁ ଗୃହ ପାଳିତ ପଶୁ ମାନଙ୍କୁ ସୁରକ୍ଷିତ ସ୍ଥାନ ମାନଙ୍କ ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି | କ ନୂଆଗାଁ ବ୍ଲକ ରେ ୨୨୦ ଜଣକୁ ସୁରକ୍ଷିତ ଆଶ୍ରୟ ସ୍ଥାନ ରେ ରଖାଯାଇଛି | ବାଲିଗୁଡା ରେ ୧୪୭ ଜଣକୁ ବର୍ତ୍ତମାନ ସୁଦ୍ଧା ସୁରକ୍ଷିତ ସ୍ଥାନ ମାନଙ୍କରେ ରଖା ଯାଇଛି |

ଦଶ ଜଣ ଗର୍ଭବତୀ ମହିଳାଙ୍କୁ ମାତୃ ଗୃହ ରେ ସୁରକ୍ଷିତ ରଖା ଯାଇଛି ଏବଂ ପ୍ରଶାସନ ପକ୍ଷରୁ କ ନୂଆଗାଁ, ବାଲିଗୁଡା ବ୍ଲକ ରେ ଲୋକଙ୍କୁ ବିଭିନ୍ନ ସୁରକ୍ଷିତ ସ୍ଥାନ ରେ ରଖିବା ବନ୍ଦେବସ୍ତ କରାଯାଇ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି | ବାଲିଗୁଡା ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ ଓ କ ନୂଆଗାଁ ବିଡ଼ିଓ ଶରତ ଚନ୍ଦ୍ର ପାତ୍ର ସମ୍ଭାବ୍ୟ ବାତ୍ୟା ପରିସ୍ଥିତି କୁ ନେଇ ପ୍ରଶାସନ ପକ୍ଷରୁ ଆଲର୍ଟ ଥିବା କହିଛନ୍ତି |WhatsApp Image 2021 09 27 at 8.45.16 AM ସମ୍ଭାବ୍ୟ ବାତ୍ୟା ଗୁଲାବ କୁ ନେଇ ପ୍ରଶାସନ ଆଲର୍ଟ : ଓଡ୍ରାଫ ଟିମ ସଜାଗ

କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା କୁ ନେଇ ବାଲିଗୁଡା ରେ ଓଡ୍ରାଫ ଟିମ କୁ ପସ୍ତୁତ କରି ରଖାଯାଇଛି | ଭୁସ୍ପଳନ, ରାସ୍ତା ଘାଟ ରେ ଗଛ ପଡିବା, ବର୍ଷା ରେ ବଢ଼ି ପାଣି ରେ ଲୋକଙ୍କୁ ଉଦ୍ଧାର ପାଇଁ ପସ୍ତୁତ ଥିବା ଓଡ୍ରାଫ ଟିମ ଲିଡର ଖିରୋଦ ବିହାରୀ ଭୋଇ କହିଛନ୍ତି | ବାଲିଗୁଡା, କ ନୂଆଗାଁ ବ୍ଲକ ରେ ଆକାଶ ମେଘୁଆ ରହିବା ସହିତ ଝିପି ଝିପି ବର୍ଷା ଲାଗି ରହିଛି | ସମ୍ଭାବ୍ୟ ବାତ୍ୟା ନେଇ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସଜାଗ ଥିବା ସୂଚନା ମିଳିଛି |