କଲ୍ୟାଣସିଂହପୁର ରେ ୧୨ ଘଣ୍ଟିଆ ଭାରତ ବନ୍ଦରେ ଆଂଶିକ ପ୍ରଭାବ

0
341

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,(୨୭/୯) : ସଂଯୁକ୍ତ କିଷାନ ତରଫରୁ ଭାରତ ବନ୍ଦ ଡାକରା ସହ ଓଡିଶା ବନ୍ଦ ପାଇଁ ଡାକରା ଦେଇଥିବା ବେଳେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରେ ତାର ଆଂଶିକ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି ।

କୃଷି ଆଇନ ପ୍ରତ୍ୟାହାର ଦାବୀ ସହ ଚାଷୀ ଓ ଶ୍ରମିକ ବିରୋଧ କୁ ନେଇ ବନ୍ଦ ପାଳନ କରାଯାଇଛି । ଏ ଅବସର ରେ କଲ୍ୟାଣସିଂହପୁର ରେ ଯାତ୍ରୀବାହୀ ଘୋରେଇ ବସ, ସରକାରୀ ବେସରକାରୀ କାର୍ଯ୍ୟାଳୟ ,ବ୍ୟାଙ୍କ ସମସ୍ତ ବନ୍ଦ ରହିଥିବା ବେଳେ ଦୋକାନ ବଜାର ଖୋଲା ରହି ଥିବା ଦେଖିବାକୁ ମିଳିଛି ।

ଆଜି ସୋମବାର ହୋଇଥିବାରୁ ନିୟମଗିରି ଡଙ୍ଗରିଆ କନ୍ଧ ମାନେ ଆସିବ୍ୟାଙ୍କ ବନ୍ଦ ହୋଇଥିବା ଦେଖି ନିରାଶ ହୋଇ ଝିପି ଝିପି ବର୍ଷାରେ ଚାଲିଯାଇଥିବା ଦେଖିବାକୁ ମିଳିଛି । ଏହା ସକାଳ ୬ଘଣ୍ଟା ରୁ ସନ୍ଧ୍ୟା ୬ଘଣ୍ଟା ପର୍ଯ୍ୟନ୍ତ କରାଯିବ ବୋଲି ଜଣାପଡିଛି ।