ବିଜେଡିର ମିଶ୍ରଣ ପର୍ବ ଦୁର୍ଗୀ ଗ୍ରାମରେ ଅନୁଷ୍ଠିତ

0
338

ରିପୋର୍ଟ : ନରୋତ୍ତମ ପାଢ଼ୀ //
ବିଷମକଟକ,(୨୭/୦୯) : ବିଷମକଟକ ନିର୍ବାଚନ ମଣ୍ଡଳୀ ଦୁର୍ଗୀ ଗ୍ରାମ କଲ୍ୟାଣ ମଣ୍ଡପ ଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ଏହି ମିଶ୍ରଣ ପର୍ବରେ କଲ୍ୟାଣସିଙ୍ଗପୁର ବ୍ଲକର ଶତାଧିକ କର୍ମୀ ବିଜେଡିରେ ଯୋଗଦାନ କରିଥିଲେ ।

ପାଲମା, ମାଝିଗୁଡା, ଜଗନ୍ନାଥ ପୁର, କୁମ୍ଭାରଗୁଡ଼ା, ଖାଲପାଦର, ମନେଇଗୁଡ଼ାର କଂଗ୍ରେସ ଓ ବିଜେପି କର୍ମୀ ବିଜେଡିର ମିଶ୍ରଣ ପର୍ବରେ ବିଜେଡିରେ ଯୋଗଦାନ କରି ନବୀନବାବୁଙ୍କ ଶାସନରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦାନ କରିଥିଲେ | ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଓ ରାୟଗଡା ଜିଲ୍ଲା ସଭାପତି ଏବଂ ବିଜୁ ସ୍ୱାସ୍ଥ୍ୟ ବିଭାଗ ଶ୍ରୀ ସୁଧୀର ଦାସ ଓ ଶ୍ରୀ ଗଗନ ଆଚାର୍ଯ୍ୟ, ଓ କାନବାଇ ସରପଞ୍ଚ ଶ୍ରୀ ବ୍ରିସିଂ, ବ୍ଲକ ଅଧ୍ୟକ୍ଷା ଶ୍ରୀ ଶିଭା ଦେଶାଇ, ଶ୍ରୀ ଦେବୀପ୍ରସାଦ ପଟ୍ଟନାୟକ, ଶ୍ରୀ ନାନୁ ପଣ୍ଡା, ଶ୍ରୀ ଯତି ସାହୁ, ଶ୍ରୀ ପୁରୋଷତ୍ତମ ଜେନା, ପ୍ରଶାନ୍ତ ପାତ୍ର, ଶ୍ରୀ ଦିଲିପ ବେହେରା ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଶତଶତ କର୍ମୀ ବିଜେଡି ରେ ଯୋଗଦାନ କରିଥିଲେ ।