Friday, March 29, 2024

Top 5 This Week

Related Posts

ଜିଲ୍ଲା କାର୍ଯ୍ୟ।ଳୟସ୍ଥ ଓସନ ହଲଠାରେ ଜିଲ୍ଲାପାଳଙ୍କ କୋଭିଡ ସ୍ଥିତି ଓ ପରିଚାଳନା ସମୀକ୍ଷା

ରିପୋର୍ଟ: ରଂଜିତ ବେହେରା //
ଢେଙ୍କାନାଳ,(୨୭/୦୯) : ଆଜି ଜିଲ୍ଲା କାର୍ଯ୍ୟ।ଳୟସ୍ଥ ଓସନ ହଲଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଜିଲ୍ଲାର କୋଭିଡ ସ୍ଥିତି ଓ ପରିଚାଳନାର ସମୀକ୍ଷା କରିଛନ୍ତି । ପର୍ବପର୍ବାଣୀ ଶେଷ ହେବା ପର୍ଯ୍ୟନ୍ତ ଡିସେମ୍ବର ମାସ ଯାଏ କୋଭିଡ ପ୍ରୋଟୋକଲ ଅନୁପାଳନର ଯାଞ୍ଚ ପ୍ରକ୍ରିୟା କଡାକଡି କରିବା ସହିତ ଲୋକମାନଙ୍କୁ ସଚେତନ କରିବାକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରତ୍ୟେକ ବ୍ଲକ, ଏନ.ଏ.ସି. ଓ ପୌରାଞ୍ଚଳରେ ସପ୍ତାହରେ ଅନ୍ୟୁନ ୨ଥର ପ୍ରଚାର କରିବାକୁ କହିଛନ୍ତି ।ac6c500b 48bc 40b3 938e 1c76b99f79c6 ଜିଲ୍ଲା କାର୍ଯ୍ୟ।ଳୟସ୍ଥ ଓସନ ହଲଠାରେ ଜିଲ୍ଲାପାଳଙ୍କ କୋଭିଡ ସ୍ଥିତି ଓ ପରିଚାଳନା ସମୀକ୍ଷା

ଆଣ୍ଟିଜେନ, ଆରଟିପିସିଆର ଟେଷ୍ଟିଙ୍ଗ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଏବଂ ଟୀକାକରଣ ପାଇଁ ସମସ୍ତ ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାରମାନେ ଅଧିକ ଯତ୍ନବାନ ହେବାକୁ ଜିଲ୍ଲା କାର୍ଯ୍ୟ।ଳୟସ୍ଥ ଓସନ ହଲଠାରେ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସ୍ଥିତି ସଂପୂର୍ଣ୍ଣ ନ ସୁଧୁରିବା ପର୍ଯ୍ୟନ୍ତ ସମସ୍ତେ ଯେପରି କୋଭିଡ ପ୍ରୋଟୋକଲ ମାନି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବେ, ସେଥିପ୍ରତି ସଜାଗ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

5T ଅନ୍ତର୍ଗତ ମୋ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଅକ୍ଟୋବର ୨ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶୁଭାରମ୍ଭ ହେବାକୁ ଥିବା ବିଦ୍ୟାଳୟ ପରିବେଶକୁ ସବୁଜ ସୁନ୍ଦର କରିବା, ବର୍ଜ୍ୟ ବସ୍ତୁର ସଦୁପୋଯୋଗ କରି କମ୍ପାଷ୍ଟ ସାର ପ୍ରସ୍ତୁତ କରିବା, ପରିବେଶ ଅନୁକୂଳ ବାତାବରଣରେ ବିଦ୍ୟା ଅଧ୍ୟୟନ, କାନ୍ଥ ଗୁଡିକରେ ମହାପୁରୁଷମାନଙ୍କ ଚିତ୍ର ଅଙ୍କନ, ପାରମ୍ପରିକ ଚିତ୍ରକଳା ଓ ନୀତିବାଣୀ ଆଙ୍କି/ଲେଖି ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ନିମନ୍ତେ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାରେ ହେଉଥିବା ଆଣ୍ଟିଜେନ ଏବଂ ଆରଟିପିସିଆର ଟେଷ୍ଟ ଓ ଟୀକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଡି.ପି.ଏମ, ଏନ.ଏଚ.ଏମ. ସୋନାଲୀ ପ୍ରିୟଦର୍ଶିନୀ ବୈଠକରେ ଅବଗତ କରାଇବା ସହିତ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୭ ଲକ୍ଷ ୬୪ ହଜାରରୁ ଅଧୁକ ଲୋକଙ୍କର ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ଡୋଜ ଟୀକା ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି ।

ଏହି ଭିସି ସମୟରେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ଜୟକୃଷ୍ଣ ନାୟକ, ଆପତକାଳୀନ ଅଧିକାରୀ ଶ୍ରୀ ସ୍ମୃତି ରଞ୍ଜନ ମହାପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି, ପୌର ଯନ୍ତ୍ରୀ ଶ୍ରୀମତୀ ରଶ୍ମିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles