Friday, March 29, 2024

Top 5 This Week

Related Posts

ଜିଲ୍ଲା କଂଗ୍ରେସ ତରଫରୁ ଢେଙ୍କାନାଳରେ ଭାରତ ବନ୍ଦ

ରିପୋର୍ଟ : ରଂଜିତ ବେହେରା //
ଢେଙ୍କାନାଳ,(୨୭/୦୯) : ଆଜି ଢେଙ୍କାନାଳର ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ଜିଲ୍ଲା କଂଗ୍ରେସ ତଥା କୃଷକ କଂଗ୍ରେସ ତରଫରୁ ଭାରତ ବନ୍ଦ କୁ ସଫଳ ରୂପ ଦେଇଛନ୍ତି ।dkl ଜିଲ୍ଲା କଂଗ୍ରେସ ତରଫରୁ ଢେଙ୍କାନାଳରେ ଭାରତ ବନ୍ଦ

କେନ୍ଦ୍ର ସରକାରଙ୍କର କଳା କୃଷି ଆଇନ କୁ ବିରୋଧ କରିବା ସହ କୃଷକ ଆନ୍ଦୋଳନର ଏକ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା କଂଗ୍ରେସ ତରଫରୁ ଏହି ଆନ୍ଦୋଳନ ଡକାଯାଇଥିଲା । କେନ୍ଦ୍ର ସରକାର ଙ୍କର କଳା କୃଷି ଆଇନ କୁ ବିରୋଧ କରିବା ସହ ଢେଙ୍କାନାଳର ବିଭିନ୍ନ ସ୍ଥାନ ମାନଙ୍କରେ ଟାୟାର ଜାଳିବା ସହ ରେଳ ରୋକ, ବସ ରୋକ ଆଦି କରାଯାଇଥିଲା । କେନ୍ଦ୍ର ସରକାରଙ୍କର ଏହିଭଳି କୃଷି ମାରଣ ନୀତିକୁ ଜାତୀୟ କଂଗ୍ରେସ କେବେ ବରଦାସ୍ତ କରିବ ନାହିଁ ବୋଲି ଛାତ୍ର କଂଗ୍ରେସ ସଭାପତି ଶୁଭମ ଦାସ ଦାବି କରିଥିଲେ ।

ବାଇପାସ, କଲେଜ ବାଇପାସ ଠାରେ ରାସ୍ତା ରୋକ କରି ଭାରତ ବନ୍ଦ କୁ ସଫଳ କରାଯାଇଥିଲା । ଆଜିର ଏହି ଭାରତ ବନ୍ଦ ଡ଼ାକରାରେ ଜିଲା କଂଗ୍ରେସ ର ନେତା ପ୍ରେମ ଶଙ୍କର ମିଶ୍ର ଙ୍କ ସମେତ ଅନେକ ସଂଖ୍ୟକ କଂଗ୍ରେସ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles