ବାଲିଗୁଡା ବ୍ଲକରେ କଂଗ୍ରେସ ର ବନ୍ଦ ପାଳନ ଶାନ୍ତି ଶୃଙ୍ଖଳା ର ସହିତ ପାଳିତ

0
175

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା,(୨୭/୦୯) : ବାଲିଗୁଡା ବ୍ଲକରେ କଂଗ୍ରେସ ପକ୍ଷରୁ ଦଶ ଘଣ୍ଟିଆ ବନ୍ଦ ପାଳନ ଶାନ୍ତି ଶୂଙ୍ଖଳା ର ସହିତ ପାଳିତ ହୋଇଛି | ସାରା ଦେଶ ରେ କେନ୍ଦ୍ର ସରକାର ଙ୍କ କୃଷି ଆଇନକୁ ବିରୋଧ କରି ସକାଳ ୬ ଟା ଠାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ୧୦ ଘଣ୍ଟିଆ ବନ୍ଦ୍ ଡାକରା ଦେଇଛି ବାଲିଗୁଡା କଂଗ୍ରେସ କମିଟି |WhatsApp Image 2021 09 28 at 11.55.14 AM ବାଲିଗୁଡା ବ୍ଲକରେ କଂଗ୍ରେସ ର ବନ୍ଦ ପାଳନ ଶାନ୍ତି ଶୃଙ୍ଖଳା ର ସହିତ ପାଳିତ

ଏହି ବନ୍ଦ୍ ଡାକରାରେ ବାଲିଗୁଡା ବ୍ଲକରେ କଂଗ୍ରେସ କର୍ମୀ ୫୯ ଜାତୀୟ ରାଜପଥ ଅବରୋଧ କରି ଥିବା ବେଳେ ପୂର୍ତ୍ତ ଛକ ଠାରେ ପିକେଟିଂ କରିଥିବା ଦେଖିବାକୁ ମିଳିଛି । ବାଲିଗୁଡ଼ା ର ବିଭିନ୍ନ ଛକ ସ୍ଥାନରେ ରାସ୍ତା ଅବରୋଧ କରି ସମ୍ପୂର୍ଣ୍ଣ ଗାଡ଼ି ଚଳାଚଳ ବନ୍ଦ ରହିବା ସହ ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ବାଲିଗୁଡ଼ା ନଗର ସଭାପତି ସପ୍ନେଶ୍ୱର୍ ସାହୁ ଓ ବାଲିଗୁଡ଼ା ବ୍ଲକ ସଭାପତି ଆଇବର ନାୟକ ଙ୍କ ଉପସ୍ଥିତିରେ ବହୁ କଂଗ୍ରେସ କର୍ମୀ ଯୋଗ ଦେଇ ଥିଲେ ।

ବନ୍ଦ ପାଳନକୁ ନଜରରେ ରଖି ବାଲିଗୁଡା ଥାନା ପୋଲିସ ପକ୍ଷରୁ ଆଇନ ଶୂଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ | ସହର ବାହାରେ ବିଭିନ୍ନ ଯାନ ବାହାନ ଅଟକି ରହିଥିବା ଦେଖିବାକୁ ମିଳିଛି |