Friday, March 29, 2024

Top 5 This Week

Related Posts

ଆୟୁଶ ଡାକ୍ତର ମାନଙ୍କୁ ସ୍ଥାୟୀ କରିବା ଦାବିନେଇ ଏକ ସାମ୍ବାଦିକ ସମିଳନୀ

ରିପୋର୍ଟ : ରଂଜିତ ବେହେରା //
ଢେଙ୍କାନାଳ,(୨୮/୦୯) : ଆଜି ଢେଙ୍କାନାଳ ସହରର ହୋଟେଲ R K Regency ଠାରେ ଓଡିଶା ପ୍ରାଥମିକ ଓ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ସହାବସ୍ଥାନ କାର୍ଯ୍ୟକରୁଥିବା ଆୟୁଶ ଡାକ୍ତର ମାନେ ତାଙ୍କର ଚାକିରୀ ସ୍ଥାୟୀତ୍ୱ ନେଇ ୩୦.୦୯.୨୦୨୧ ପରଠାରୁ ଅସହଯୋଗ ଆନ୍ଦୋଳନ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ ।

ଏହା ପୂର୍ବରୁ ଆୟୁଶ ଡାକ୍ତର ମାନେ ଚାକିରୀ ସ୍ଥାୟୀତ୍ୱ କୁ ନେଇ ଅନେକ ଥର ସରକାରଙ୍କୁ ଜଣାଇ ଆସୁଥିଲେ ମଧ୍ୟ ସେମାନଙ୍କୁ କୌଣସି ସକାରାତ୍ମକ ଫଳ ନ ମିଳିବାରୁ ସଂଘ ଏହି ନିଷ୍ପତି ନେଇଛି । ସେମାନେ ଦୀର୍ଘ ୧୪ ବର୍ଷ କାଳ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଠିକା ନିଯୁକ୍ତି ପାଇ ଆୟୁଶ ଡାକ୍ତର ଭାବେ କାର୍ଯ୍ୟ କରିଆସୁଥିବା ଗଭୀର କଷ୍ଟ ଓ ହତାଶ ରେ କାଳାତିପାତ କରୁଥିବା ସୂଚନା ଦେଇଛନ୍ତି । ତେଣୁ ଯଦି ସରକାର ଆସନ୍ତା ୩୦ ତାରିଖ ମଧ୍ୟରେ ସେମାନଙ୍କ ଚାକିରୀ ସ୍ଥାୟୀତ୍ୱ କରିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ସେମାନେ ସରକାରୀ କାର୍ଯ୍ୟରୁ ଓହରି ଆସି ଅସହଯୋଗ କରିବେ ବୋଲି ସଂଘର ସଭାପତି ଡ଼.କମଳାକାନ୍ତ ରାଉତ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସେମାନେ ୨୦୦୭ ମସିହା ଠାରୁ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଦୀର୍ଘ ୧୪ ବର୍ଷ ହେଲା କାର୍ଯ୍ୟ କରିଆସୁଥିବା ବେଳେ ଏପର୍ଯ୍ୟନ୍ତ ସେମାନଙ୍କୁ ସରକାର ସ୍ଥାୟୀତ୍ୱ କରିନାହାନ୍ତି । ସମାନ କାର୍ଯ୍ୟ କରି MBBS ଡାକ୍ତର ମାନେ ୭୦୦୦୦ ବେତନ ପାଉଥିବା ବେଳେ ସେମାନେ ମାତ୍ର ୨୯୦୦୦ ଟଙ୍କା ପାଉଥିବାରୁ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ ଯଦି ସରକାର ସେମାନଙ୍କ ସ୍ଥାୟୀ କରିବାକୁ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆସନ୍ତା ୨.୧୦.୨୦୨୧ ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସେମାନେ ଅସହଯୋଗ ଆନ୍ଦୋଳନ କରିବେ ବୋଲି ସଂଘ ସ୍ଥିର କରିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀର ସଭାପତି କମଳକାନ୍ତ ରାଉତ, ଉପସଭ।ପତି ଶ୍ୱେତା ସାଗରିକା, ସମ୍ପାଦକ ସୁଧୀର କୁମାର ବେହେରା , ଉପ ସମ୍ପାଦକ ଅରୁଣ କୁମାର ସାହୁ ଏବଂ କୋଷଧକ୍ଷ ବିଭୁଦତ୍ତ ମିଶ୍ର ଙ୍କ ସମେତ ଅନେକ ଆୟୁଶ ଡାକ୍ତର ଉପସ୍ଥିତ ଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles