ବୌଦ୍ଧ ଜିଲ୍ଲାର “ଓଡ଼ିଶା ଡ୍ରାଇଭର ମହାସଂଘ ” ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

0
303

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୨୮/୦୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୁରବୁଡ଼l ଗୁପ୍ତେଶ୍ୱର ବାବାଙ୍କ ପ୍ରାଙ୍ଗଣ ଠାରେ ବୌଦ୍ଧ ଜିଲ୍ଲାର “ଓଡ଼ିଶା ଡ୍ରାଇଭର ମହାସଂଘ “ ର ତିଲେଶ୍ୱର ପଂଚାୟତ ରସାଧାରଣ ବୈଠକ ତିଲେଶ୍ୱର ଡ୍ରାଇଭର ମହାସଂଘ ସଭାପତି ଆନନ୍ଦ ଭୋକ୍ତା ଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି |60a120da b5b6 4351 be5c f211d720f3f4 ବୌଦ୍ଧ ଜିଲ୍ଲାର "ଓଡ଼ିଶା ଡ୍ରାଇଭର ମହାସଂଘ " ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

ଉକ୍ତ ବୈଠକରେ ବୌଦ୍ଧ ଜିଲ୍ଲାର “ଓଡ଼ିଶା ଡ୍ରାଇଭର ମହାସଂଘ ” ର ବ୍ଲକ୍ ଉପ ସଭାପତି ସୁଶାନ୍ତ ସେଠୀ,ସହ ସମ୍ପା ଦକ ଗଣେଷ ବେହେରା, କୋଷା ଦକ୍ଷ ସୋରଜ୍ ଦେହୁରୀ, ଜିଲ୍ଲା ଆଡମିନ୍ ସୁଜିତ୍ ସ୍ୱାଇଁ, ଜିଲ୍ଲା ଆଡମିନ ସୁଶୀଲ ଦାସ “ବ୍ୟଙ୍ଗ କବି “ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଥିଲେ | ଡ୍ରାଇଭର ଭାଇ ଦେଶର ମେରୁ ଦଣ୍ଡ ହୋଇମଧ୍ୟ ସରକାର ଙ୍କ ଅଣଦେଖା ଅବହେଳା କରିବା ହେତୁ କରୋନା ମହାମାରୀ ସମୟରେ ବହୁତ ସମସ୍ୟା ସମ୍ମୁଖୀନ ହୋଇବି ଜୀବନ କୁ ବାଜି ଲଗାଇ ଲୋକଙ୍କ ପାଖରେ ଜବତ୍ୟ ସାମଗ୍ରୀ ପରିବହନ କରି ଯୋଗାଇ ଦେଇଥିଲା |

ଓଡିଶାର ପ୍ରତେକ୍ ଜିଲ୍ଲା ପାଳଙ୍କୁ ଦଶଦଫା ଦାବି ଦିଆ ଯାଇଛି ସେଗୁଡ଼ାକ ଯଦି ଦାବି ପୂରଣ ନ କରନ୍ତି ତାହେଲେ ଆଗାମୀ ଦିନରେ ଷ୍ଟେରୀଙ୍ଗ ଛାଡ଼ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବୁ ବୋଲି ସର୍ବ ସମ୍ମତି କ୍ରମେ ବୈଠକ ରେ ଉପସ୍ଥିତ ଡ୍ରାଇଭର ମାନେ ଶପଥ ନେଇଥିଲେ | “ଓଡ଼ିଶା ଡ୍ରାଇଭର ମହାସଂଘ “ଏହାକୁ ସମ୍ମତି ଦେଇଥିଲେ | ପୋଲିସ୍ ପ୍ରଶାସନ ଥିଲେ ମଧ୍ୟ ପବ୍ଲିକ୍ ମାନଙ୍କ ଶିକାର ହେଉଛନ୍ତି ଡ୍ରାଇଭର | ତେଣୁ ନିଜେ ନିଜର ସୁରକ୍ଷା କବଚ ପାଲଟିବା ପାଇଁ ଦୃଢ ପଦକ୍ଷେପ ଏହି ସଭାରେ ଉପସ୍ଥାପନ ହୋଇଥିଲା | ଶେଷରେ ତିଲେଶ୍ୱର ଡ୍ରାଇଭର ମହାସଂଘ ର ସଭାପତି ଆନନ୍ଦ ଭୋକ୍ତା, ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ବା ସହିତ ସମ୍ପାଦକ ପ୍ରକାଶ ମହାଲ୍ଲିକ, ଭଗବାନ ପ୍ରଧାନ, କୀର୍ତ୍ତନ ସେଠି ଙ୍କ ସହଯୋଗରେ ଏହି ବୈଠକ ଟି ଅନୁଷ୍ଠିତ ହୋଇଥିଲା!