ହିନ୍ଦୀ ପଖୱାଡ଼ା ଅବସରରେ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ସଂଗୀତ କାର୍ଯ୍ୟକ୍ରମ

0
230

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, ବୌଦ୍ଧ,(୨୮/୦୯) : ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ତରଫରୁ ହିନ୍ଦୀ ପଖୱାଡ଼ା ଅବସରରେ ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ ଅଧକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ପାଠୀଙ୍କ ସଭାପତିତ୍ବରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।b9c46be7 0249 4078 a39c a429cd51dbcd ହିନ୍ଦୀ ପଖୱାଡ଼ା ଅବସରରେ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ସଂଗୀତ କାର୍ଯ୍ୟକ୍ରମ

କାର୍ଯ୍ୟକ୍ରମ ପ୍ରାରମ୍ଭରେ ନେହେରୁ ଜୁନ କେନ୍ଦ୍ର ବୌଦ୍ଧର ସ୍ୱେଚ୍ଛାସେବୀ ସୁପ୍ରିୟା ଦେହୁରୀ ସ୍ଵାଗତ ସମ୍ବର୍ଦ୍ଧନା ପୂର୍ବକ ହିନ୍ଦୀ ପଖୱାଡ଼ା ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ପରେ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବରେ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ମନୋଜ ପାଠୀ,ଅଧ୍ୟାପିକା ଶ୍ରୀମତୀ ଧରିତ୍ରୀରାଣୀ କାନୁନଗୋ, ଅଧ୍ୟାପକ ସଦାଶିବ ଜେନା ମଞ୍ଚାସିନ ହୋଇଥିଲେ । ବହୁଳ ମାତ୍ରାରେ ଛାତ୍ରଛାତ୍ରୀ ଏହି ସଂଗୀତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

କୃତି ପ୍ରତିଯୋଗୀ ମାନଙ୍କୁ ନେହେରୁ ଯୁବ କେନ୍ଦ୍ର ତରଫରୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସ୍ୱେଚ୍ଛାସେବୀ ପ୍ରତାପ ମେହେର ମହାବିଦ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସୁପ୍ରିୟା ଦେହୁରୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।