Friday, March 29, 2024

Top 5 This Week

Related Posts

ପାର୍ବଣ ପୂର୍ବରୁ କୋଭିଡ ନିୟମ ନେଇ ସବୁ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୨୯/୦୯) : କରୋନା ମହାମାରୀ ଦ୍ୱିତୀୟ ଲହର ସମ୍ପୂର୍ଣ୍ଣ ଭାବେ ଦେଶରୁ ଯାଇ ନଥିବା ବେଳେ ତୃତୀୟ ଲହର ବିପଦ ଏଯାଏଁ ଟଳିନି । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସମସ୍ତଙ୍କୁ ସତର୍କ ରହିବା ଜରୁରୀ । ଏହି ସମୟରେ ଅବହେଳା କଲେ ସ୍ଥିତି ବିଗିଡ଼ି ଯିବାର ଆଶଙ୍କା ରହିଛି । ତେଣୁ ପାର୍ବଣ ପୂର୍ବରୁ କୋଭିଡ ନିୟମ ନେଇ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବ ଅଜୟ ଭଲ୍ଲା ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି ।

ପାର୍ବଣ ପୂର୍ବରୁ କୋଭିଡ ନିୟମ ନେଇ ପୂଜା ପର୍ବରେ ଯେମିତି କୋଭିଡ ନିୟମ ର ଉଚିତ ବ୍ୟବହାର ସମସ୍ତେ ପାଳନ କରିବେ ତା’ ଉପରେ ଗୁରୁତ୍ୱ ଦେବାକୁ ସେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସର୍ବ ସାଧାରଣରେ ଭିଡ଼କୁ ଯଥା ସମ୍ଭବ କମ କରିବା, ମାସ୍କ ଓ ସାମଜିକ ଦୂରତା ଭଳି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ସେ କହିଛନ୍ତି । ସେହିପରି ଏଥିର ମଧ୍ୟ ସକ୍ରିୟ କଣ୍ଟେନମେଣ୍ଟ ଜୋନ ଉପରେ ଫୋକସ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାବାଦ ରାଜ୍ୟ ସରକାରମାନେ ସବୁବେଳେ କରୋନା ସଂକ୍ରମଣକୁ ରୋକିବା ପାଇଁ ଟେଷ୍ଟ, ଟ୍ରାକ, ଟ୍ରିଟ, ଟିକାକରଣ ଓ କୋଭିଡର ଉଚିତ ବ୍ୟବହାର ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ସେ କହିଛନ୍ତି ।

ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ସାନିଟାଇଜରର ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟ ସରକାର ଏହାପରେ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦେଇ ନିୟମକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ ବୋଲି ଶ୍ରୀ ଭଲ୍ଲା କହିଛନ୍ତି । ବର୍ତ୍ତମାନ ଜାତୀୟ ସ୍ତରରେ ମହାମାରୀ ସ୍ଥିତିରେ ସ୍ଥିରତା ରହିବା ଭଳି ଦୃଶ୍ୟମାନ ହେଉଛି । ଅଳ୍ପ କେତକ ରାଜ୍ୟରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଛି । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାର ଗୁଡ଼ିକ ପାର୍ବଣରେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ଥାନୀୟ କଟକଣା ଲାଗୁ କରିପାରିବେ । ସେହିପରି ସର୍ବସାଧାରଣରେ କୋଭିଡର ଉଚିତ ବ୍ୟବହାର ଠିକ ଭାବେ ପାଳନ କରାଯାଉଛି କି ନାହିଁ, ତା’ର ଯାଞ୍ଚ କରିବେ । ସମସ୍ତଙ୍କୁ ୫ ସୂତ୍ରୀ ମନ୍ତ୍ର ଉପରେ ଫୋକସ କରିବାକୁ ହେବ ।”

୨୮ ଅଗଷ୍ଟରେ ମଧ୍ୟ ଶ୍ରୀ ଭଲ୍ଲା ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ପାର୍ବଣ ପାଇଁ ସତର୍କ କରାଇଥିଲେ । ଭିଡ଼ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ପ୍ରଶାସନ ମାଇକ୍ରୋ କଣ୍ଟେନମେଣ୍ଟ ଭଳି ବ୍ୟବସ୍ଥା ଲାଗୁ କରିପାରିବ ବୋଲି ସେ ଚିଠିରେ ଅବଗତ କରାଇଥିଲେ । ସଂକ୍ରମଣ କମ ଥିବା ଅଞ୍ଚଳରେ ମଧ୍ୟ ଟେଷ୍ଟିଂକୁ ଜୋରଦାର କରି ଲୋକଙ୍କ ଚାଲିଚଳନ ଉପରେ ନଜର ରଖିବାକୁ ହେବ ।

ସେହିପରି ସେଠାରେ ମଧ୍ୟ ମାସ୍କ ଠାରୁ ସାମାଜିକ ଦୂରତା ନିୟମକୁ ପାଳନ କରିବାକୁ ସମସ୍ତଙ୍କୁ ତାଗିଦ କରାଯିବ । ନିୟମ ଲାଗୁ କରିବାର ଦାୟିତ୍ୱ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କର ବୋଲି ଚିଠିରେ କୁହାଯାଇଥିଲା ।

Popular Articles