ଆଜି ବିଶ୍ୱ ହୃଦୟ ଦିବସ : ହୃଦୟକୁ ସବୁଦିନ ପାଇଁ ସୁସ୍ଥ ରଖିବାକୁ କରନ୍ତୁ ଏହି ସବୁ ସହଜ କାମ

0
155

ରିପୋର୍ଟ : ସୁଭାସିସ ନାୟକ
ନୂଆଁଦିଲ୍ଲୀ,(୨୯/୦୯) : ଆଜି ବିଶ୍ୱ ହୃଦୟ ଦିବସ ବା ୱାର୍ଲଡ ହାର୍ଟ ଡେ’ । ସାରା ବିଶ୍ୱରେ ବର୍ଷକୁ ପ୍ରାୟ ୧ କୋଟି ୮୦ ଲକ୍ଷ ଲୋକଙ୍କର ଏହି ରୋଗରେ ମୃତ୍ୟୁ ଘଟୁଛି । ମାନସିକ ଚାପ ରହିଲେ ହୃଦରୋଗ ବଢିବାର ଆଶଙ୍କା ଅଧିକ ରହିଛି ବୋଲି ଜଣାପଡିଛି । କେବଳ ଜଣେ ୫୦ ବର୍ଷର ଲୋକଙ୍କ ପାଖରେ ଏହି ରୋଗ ହେଉଛି ତା ନୁହେଁ ବରଂ ୨୦ ବର୍ଷର ଯୁବକଙ୍କ ପାଖରେ ମଧ୍ୟ ଏହି ରୋଗ ଦେଖାଯାଉଛି । କେବଳ ବୟସ୍କ ନୁହେଁ, ଯୁବକ ଅବସ୍ଥାରେ ବି ହୃଦଘାତ ହେଉଛି ।

ଆଜି ବିଶ୍ୱ ହୃଦୟ ଦିବସରେ ଜାଣନ୍ତୁ କାହିଁକି ହୁଏ ହୃଦଘାତ ?

– ଡାଇବେଟିସ୍, ଉଚ୍ଚ ରକ୍ତଚାପ, ଶାରୀରିକ ଆଳସ୍ୟ ହୃଦଘାତର କାରଣ
– ବଂଶଗତ କାରଣ ପାଇଁ ମଧ୍ୟ ହୃଦଘାତ ହୋଇଥାଏ
– ଚର୍ବିଜାତୀୟ ଖାଦ୍ୟ, ଧୁମ୍ରପାନ ମଦ୍ୟପାନ ହୃଦଘାତର ମୁଖ୍ୟ କାରଣ
– ଅଧିକ ବୟସ୍କ ହୋଇଗଲେ ବି ହୃଦଘାତର ବିପଦ ଥାଇପାରେ

ହୃଦଘାତର ଲକ୍ଷଣ କ’ଣ ?

– ଛାତିର ମଧ୍ୟ ଭାଗ, ତଣ୍ଟି କିମ୍ବା ପାଟି ହାଡ଼ ଯନ୍ତ୍ରଣା ହେବା
– ଅନବରତ ଝାଳ ବୋହିବା, ହାଲିଆ ଲାଗିବା
– ଥକ୍କାପଣ, ନିଃଶ୍ୱାସ-ପ୍ରଶ୍ୱାସରେ କଷ୍ଟ ହେବା
– ବାମ-ଡାହାଣ କାନ୍ଧ ବିନ୍ଧିବା, ବାରମ୍ବାର ମୁଣ୍ଡ ବୁଲାଇବା
– ଚାଲିଲାବେଳେ ଧଇଁସଇଁ ଲାଗିବା, ହୃଦସ୍ପନ୍ଦନ ବଢ଼ିଯିବା
– ପୂର୍ବଭଳି ସାମର୍ଥ୍ୟ ଲଗାଇ କାମ ନକରିପାରିବା
– ନାଭିର ଉପର, ମାଢ଼ିର ତଳେ ଯନ୍ତ୍ରଣା ହେବା
– ଲଗାତାର ଚାପ, ଚିନ୍ତା, ଭୟ ଅନୁଭବ ହୃଦଘାତର ବି ଲକ୍ଷଣ

କେଉଁ ସବୁ ବାୟାମ ସୁସ୍ଥ ହୃଦୟ ପାଇଁ ଜରୁରୀ ?

ଚାଲିବା : ସୁସ୍ଥ ରହିବାର ସବୁଠୁ ସହଜ ଉପାୟ
ଚାଲିବାଟା ସବୁଠୁ ଆନନ୍ଦଦାୟକ, ସୁରକ୍ଷିତ, ଶସ୍ତା ଓ ପ୍ରାୟ ସମସ୍ତ ବ୍ୟକ୍ତି ନିଜର ବ୍ୟସ୍ତବହୁଳ ଜୀବନଶୈଳୀରୁ ସମୟ ବାହାର କରିପାରିବେ । ଏକ ସୁସ୍ଥ ହୃଦୟ ପାଇଁ ପ୍ରତିଦିନ ୩୦ –୪୫ ମିନିଟ୍‌ ଚାଲିବା ଉଚିତ୍‌, ଯାହା ଏକ ସରଳ ଉପାୟ ମଧ୍ୟ ଅଟେ ।

ଜଗିଙ୍ଗ୍‌ : ବୟସ ଅନୁସାରେ ଜାଣନ୍ତୁ ନିଜର ହାଟ୍‌ର୍ବିଟ୍‌ ରେଟ୍‌

ଜଗିଙ୍ଗ୍‌ ମଧ୍ୟ ସୁସ୍ଥ ରହିବା ପାଇଁ ଏକ ଭଲ ଉପାୟ । ପ୍ରତିଦିନ ୧୦-୧୫ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ଅଭ୍ୟାସ କରିବା ଉଚିତ୍‌ । ଜଗିଙ୍ଗ ଦ୍ୱାରା ଟାର୍ଗେଟ୍‌ ହାଟ୍‌ର୍ରେଟ୍‌ ୬୦-୭୫ ପ୍ରତିଶତ ହେବା କଥା । ଏକ ସୁସ୍ଥ ହୃଦୟ (୫୦ ବର୍ଷିୟ ବ୍ୟକ୍ତି) ପାଇଁ ପ୍ରତି ମିନିଟ୍‌ରେ ହାର୍ଟ ବିଟ୍ସ୍‌ ରେଟ୍‌ ୧୨୦-୧୨୫ ରହିବା ଦରକାର ।

ସାଇକ୍ଲିଙ୍ଗ୍‌ : ଆଣ୍ଠୁ ଓ ପିଠିର ଦରଜ ମଧ୍ୟ ଭଲ ହୋଇଥାଏ

ପ୍ରତିଦିନ ପ୍ରାୟ ୨୫-୩୦ ମିନିଟ୍‌ ପର୍ଯ୍ୟନ୍ତ ସାଇକେଲ ଚଲାଇବା ଦ୍ୱାରା ଶରୀରକୁ ଅନେକ ପ୍ରକାର ଫାଇଦା ପହଞ୍ଚିଥାଏ । ମାତ୍ର ଅନେକ ଲୋକଙ୍କ ଗଣ୍ଠି ଦରଜ ଓ ଅଣ୍ଟା ଦରଜ ସମସ୍ୟା ରହିଥିବାରୁ ସେମାନେ ଅଧିକ ଦୂର ଜଗିଙ୍ଗ୍‌ କରି ପାରନ୍ତି ନାହିଁ । ଜିମ୍‌ କିମ୍ବା ଘରେ ଷ୍ଟେସ୍‌ନାରି ବାଇକିଙ୍ଗ୍‌ ମଧ୍ୟ ସୁସ୍ଥ ରହିବା ପାଇଁ ଖାସ୍‌ ଉପାୟ ଅଟେ । ଏହା ଦ୍ୱାରା ହାଟ୍‌ର୍ବିଟ୍‌ ରେଟ୍‌ ଠିକ ରହିଥାଏ ।

ସନ୍ତରଣ କିମ୍ବା ଆକ୍ୱାଜିମ୍‌ :-

ମଜବୁତ୍‌ ହେବ ହୃଦୟ, ହାଡ଼ ଓ ଗଣ୍ଠି ସନ୍ତରଣ, ସୁସ୍ଥ ରହିବାର ଏକ ବହୁତ୍‌ ଭଲ ଉପାୟ ଅଟେ । ସେଥିପାଇଁ ପ୍ରତି ସପ୍ତାହରେ ପ୍ରାୟ ୨.୫-୩ ଘଣ୍ଟା ସନ୍ତରଣ କରିବା ପାଇଁ କୁହାଯାଇଥାଏ । ଏହା ଗଣ୍ଠି ଓ ଅଣ୍ଟା ଦରଜ ହେଉଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ବହୁ ଲାଭଦାୟକ ଅଟେ । ସନ୍ତରଣ ଜାଣି ନ ଥିବା ବ୍ୟକ୍ତି ମଧ୍ୟ ଅଳ୍ପ ପାଣିରେ ଚାଲିବା ମଧ୍ୟ ଲାଭଦାୟକ ହୋଇଥାଏ ।