Monday, September 9, 2024

ଯୌତୁକ ଜୁଇରେ ଜଳିଲେ ନବବଧୂ ! : ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

Date:

Share post:

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୦୪/୦୭) : ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳର ରଥପଦା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଦୁଇ ମାସ ପୂର୍ବରୁ ବିବାହ ବନ୍ଧନରେ ବାନ୍ଧିହୋଇଥିବା ନବବଧୂର ମୃତ୍ୟୁ ହୋଇଛି । ମୃତ ନବବଧୂ ମାନସୀ ବୋଲି ପରିଚୟ ମିଳିଛି ।

ସୂଚନା ଅନୁସାରେ, ଦୁଇ ମାସ ପୂର୍ବରୁ ବିରୁପାକ୍ଷ ଦାସ ବେହେରାଙ୍କୁ ମାନସୀକୁ ବିବାହ କରିଥିଲେ । ବିବାହର କିଛି ଦିନ ପରେ ବିରୁପାକ୍ଷ କାମ କରିବା ପାଇଁ ବାହାରକୁ ଯାଇଥିଲେ । ନବବଧୂକୁ ନେଇ ପରିବାର ହସଖୁସିରେ ଚାଲିଥିଲା । କିନ୍ତୁ ଗତ ମଙ୍ଗଳବାର ମାନସୀ କୌଣସି କାରଣରୁ ପରିବାର ଲୋକଙ୍କ ସହ କଥା ନ ହୋଇ ନିଜ ଶୋଇବା ଘରେ ପଶି କବାଟ ଦେଇଥିଲେ । ବହୁ ବିଳମ୍ବ ପରେ ପରିବାର ଲୋକ ବୋହୂକୁ ନ ପାଇବାରୁ ଘରେ ଖୋଜିଥିଲେ । ପରେ ଦେଖିଥିଲେ ଯେ, ମାନସୀ ନିଜ ଶୋଇବା ଘରେ କବାଟ ଦେଇ ଅଛନ୍ତି । ପରିବାର ଲୋକେ, ମାନସୀଙ୍କୁ ବହୁ ଡାକିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ । ପରିବାର ଲୋକେ, କବାଟ ଭାଙ୍ଗି ଦେଖିଥିଲେ ଯେ ବୋହୂ ନିଜ ଜୀବନ ହାରିଛି ।

ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଟରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ଘଟଣା ପରେ ମାନସୀଙ୍କ ବାପା ଘର ଲୋକେ ଯୌତୁକ ପାଇଁ ଶାଶୁ ଘର ଲୋକେ ମାନସୀଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ । ଏହା ହତ୍ୟା ନା ଆତ୍ମହତ୍ୟା ବର୍ତ୍ତମାନ ସନ୍ଦେହ ଘେରରେ । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

spot_img

Related articles

ସବୁ ସହଜ ଜନସେବା କେନ୍ଦ୍ରରେ ହୋଇ ପାରିବ ‘ସୁଭଦ୍ରା’ ଯୋଜନାର ଅନଲାଇନ ଆବେଦନ : ବ୍ୟସ୍ତ ବିବ୍ରତ ନହେବାକୁ ବ୍ଲକ ପ୍ରଶାସନର ନିବେଦନ

ରିପୋର୍ଟ : ଧୃବରାଜ ମିଶ୍ର ସୁବର୍ଣ୍ଣପୁର, (୦୬/୦୯) : ରାଜ୍ୟ ସରକାର ଆରମ୍ଭ କରିଥିବା' ସୁଭଦ୍ରା' ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲା...

ସୁଭଦ୍ରା ଯୋଜନାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ, ସାମିଲ ହେବା ଏକ ନିରନ୍ତର ପ୍ରକ୍ରିୟା, ଆବେଦନ ସମୟ ସୀମାର କୌଣସି ଅବଧି ନାହିଁ : ସୁବର୍ଣ୍ଣପୁର ଜିଲ୍ଲପାଳ

ରିପୋର୍ଟ : ଧୃବରାଜ ମିଶ୍ର ସୁବର୍ଣ୍ଣପୁର, (୦୬/୦୯) : ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ 'ସୁଭଦ୍ରା’ ଯୋଜନା ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ...

ପୁରୁଷୋତ୍ତମପୁର ବସଷ୍ଟାଣ୍ଡ ଠାରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଦ୍ୱାରା ଏକ ଡିଲର ଦୋକାନର ଉଦଘାଟନ ଅନୁଷ୍ଠିତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // ପୁରୁଷୋତ୍ତମପୁର, (୦୬/୦୯) : ପୁରୁଷୋତ୍ତମପୁର ଏନଏସି ସ୍ଥିତ ବସଷ୍ଟାଣ୍ଡ ନିକଟରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ...

ଆଜି ଗୁରୁ ଦିବସ, ଗୁରୁ ହେଉଛନ୍ତି ଜୀବନର ପ୍ରଥମ ପଥ ପ୍ରଦର୍ଶକ

ରିପୋର୍ଟ : ଜଗଦୀଶ ଦାଶ ରାଇକିଆ, (୦୬/୦୯) : ଆଜି ପବିତ୍ର ଗୁରୁ ଦିବସ । କୁହାଯାଏ, ଗୁରୁ ବିନା ଜୀବନ ଅନ୍ଧକାର ବୋଲି...