Friday, March 29, 2024

Top 5 This Week

Related Posts

ସାମ୍ପୋଜ ସରକାରୀ ହାଇସ୍କୁଲରେ ହିନ୍ଦୀ ପଖୱାଡା ଅବସରରେ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,ବୌଦ୍ଧ,(୨୮/୦୯) : ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ତରଫରୁ ହିନ୍ଦୀ ପଖୱାଡା ଉପଲକ୍ଷେ ହରଭଙ୍ଗା ବ୍ଲକ ସାମ୍ପୋଜ ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଜନୀ କାନ୍ତ ପ୍ରଧାନଙ୍କ ସଭାପତିତ୍ୱରେ ଏକ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l

କାର୍ଯ୍ୟକ୍ରମ ପ୍ରାରମ୍ଭରେ ନେହେରୁ ଯୁବ କେନ୍ଦ୍ରର ସ୍ବେଛାସେବୀ ମନୋଜ ଭୋକ୍ତା ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ହିନ୍ଦୀ ପଖୱାଡା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ପରେ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଚାରକ ଭାବରେ ସାମ୍ପୋଜ ସରକାରୀ ବିଦ୍ୟାଳୟର ଶିକ୍ଷକ ପ୍ରଫୁଲ ପ୍ରଧାନ, ସନ୍ତୋଷ ସ୍ୱାଇଁ ଧରଣୀ ସାହୁ ସୁଶୀଲ ମହାକୁଡ଼, ବଂଶୀଧର ପାଢ଼ୀ, ବିଶ୍ୱଜିତ ଲାଉରିଆ, ବିଭୁତି ପ୍ରଧାନ, ଶ୍ରୀମତୀ ପିୟାଙ୍କା ଚପ୍ରା ମଞ୍ଚାସିନ ହୋଇଥିଲେ l ବହୁଳ ମାତ୍ରାରେ ଛାତ୍ର ଛାତ୍ରୀ ଏହି ସଂଗୀତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ଏଥିରେ ପ୍ରଥମ ସ୍ଥାନ କ୍ରିଷ୍ଣା ସେଠି, ଦ୍ୱିତୀୟ ସ୍ଥାନ ଦେବାଶିଷ ନାଏକ ଏବଂ ତୃତୀୟ ସ୍ଥାନ ଚନ୍ଦନ କେଉଟ ସ୍ଥାନ ଅଧିକାର କରିଥିଲେ l

କୃତି ପ୍ରତିଯୋଗୀ ମାନଙ୍କୁ ନେହେରୁ ଯୁବ କେନ୍ଦ୍ର ତରଫରୁ ପୁରସ୍କାର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ ମନୋଜ ଭୋକ୍ତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles