ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ସୁଧିରିବ କେବେ ?

0
248

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୩୦/୦୯) : ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ୫୭ ସୁଧିରିବ କେବେ ? କେଉଁଠି ପିଚୁ ଉଫୁଡି ଗଳାଣି ତ କେଉଁଠି ଗାତ ସୃଷ୍ଟି ହୋଇଛି | କେଉଁଠି ଗାର୍ଡୱାଲ ଭାଂଗିଲାଣି ତ କେଉଁଠି କାମ ଅର୍ଦ୍ଧ ନିର୍ମିତ ଅବସ୍ଥା ରେ ପଡିରହିଛି ।

ବାରମ୍ବାର ସମସ୍ୟା ପରେ ସମସ୍ୟା । ଏହି ସମସ୍ୟା ଯୋଗୁଁ ଅନେକ ଲୋକ ଦୁର୍ଘଟଣା ର ଶିକାର ହେବାକୁ ପଡୁଛି । ଲୋକ ଗଣମାଧ୍ୟମ ମାଧ୍ୟମରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ ଅଧିକାରୀ ମାନଙ୍କ ବୋଧେ ନିଦ ଭାଙ୍ଗୁନି ? ବିଶେଷ କରି ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲା ଦେଇ ଯାଇଛି |

ଜିଲ୍ଲା ମଧ୍ୟରେ ରାଜପଥ ରେ ଅନେକ ସମସ୍ୟା ଦେଖାଯାଉଛି । ସାଧାରଣ ଲୋକେ ଜାତୀୟ ରାଜପଥ କୁ ଅବରୋଧ କରି ସାରିଲା ପରେ ହଉ କି କରିବା ପାଇଁ ଚେତାବନୀ ଦେଇ ସାରିଲା ପରେ ଲୋକ ଦେଖାଣିଆ କାମ ଆରମ୍ଭ କରି ଅଧ ପାହାନ୍ତିଆରେ ରଖି ଦେଉଥିବା ନଜର କୁ ଆସିଛି । ସଦର ବ୍ଲକର ଗୁଦୁଗୁଦା ପୋଲ ଠାରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ ଅଧିକାରୀ ମାନଙ୍କ ନଜରକୁ ଆସୁନଥିବା ଲଜ୍ଜ୍ୟାଜନକ ବିଷୟ ପାଳଟିଛି ।

ନବ ନିର୍ମିତ ପୋଲ ର ଗାଡ ୱାଲ ଭାଙ୍ଗି ଗଳାଣି ଓ ମରାମତି ପାଇଁ ମଝି ରାସ୍ତା ରେ ବସ୍ତା ଯୋଗୁଁ ଛୋଟ ବଡ ଦୁର୍ଘଟଣା ଘଟୁଛି ।
ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।