-5.7 C
Innichen
Saturday, January 22, 2022

ଜମ୍ମୁ କଶ୍ମୀରର ପୁଲୱାମାରେ ଏନକାଉଣ୍ଟର : ଲଶ୍କର-ଏ-ତୋଇବାର କମାଣ୍ଡର ସହ ୨ ଆତଙ୍କବାଦୀ ମୃତ 

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜମ୍ମୁ ,ଶ୍ରୀନଗର,(୧୪/୦୭) : ଆଜି ସକାଳେ ଜମ୍ମୁ କଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଛନ୍ତି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଲଶ୍କର-ଏ-ତୋଇବାର କମାଣ୍ଡର ଏଜାଜ ଓରଫ ଆବୁ ହୁରାଇରାର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ଆଉ ଦୁଇ ଆତଙ୍କବାଦୀ ମଧ୍ୟ ନିପାତ ହୋଇଛନ୍ତି । ଏହି ଦୁଇ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ବୋଲି କଶ୍ମୀର ଜୋନର ଆଇ.ଜି. ସୂଚନା ଦେଇଛନ୍ତି ।

ଦକ୍ଷିଣ କଶ୍ମୀରର ପୁଲୱାମାରେ ଦୀର୍ଘ ଦିନ ଧରି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଥିଲା । ଶେଷରେ ସୁରକ୍ଷାକର୍ମୀ ବଡ଼ ସଫଳତା ହାସଲ କରିଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରୁ ଆତଙ୍କବାଦୀ ପୁଲଓ୍ୱାମାରେ ଲୁଚିଥିବା ନେଇ ସୁରକ୍ଷାକର୍ମୀଙ୍କ ସୂଚନା ପାଇଥିଲେ । ପରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ମାସକ ମଧ୍ୟରେ ସୁରକ୍ଷା ବାହିନୀ ଆତଙ୍କବାଦ ନିପାତ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି । ଏଥିରେ ଅନେକ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ ।

ଜମ୍ମୁ କଶ୍ମୀର ପୁଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ.ଓ.ଜି.) ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (ସି.ଆର.ପି.ଏଫ.) ମିଳିତ ଭାବରେ ମଙ୍ଗଳବାର ବିଳମ୍ବିତ ରାତିରେ ପୁଲୱାମା ସହରକୁ କର୍ଡନ କରିଥିଲେ । ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ପ୍ରଥମେ ସେହି ଅଞ୍ଚଳରେ ରହୁଥିବା ଆଖପାଖ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ପରେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା । ହେଲେ ଏହି ସମୟରେ ସୁରକ୍ଷା ବାହିନୀ ନିର୍ଦ୍ଦିଷ୍ଟ ଅଞ୍ଚଳ ଆଡକୁ ଯାଉଥିବା ବେଳେ ଲୁଚି ରହିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ପରେ ସୁରକ୍ଷା ବାହିନୀଙ୍କ ପାଲଟା ଆକ୍ରମଣ ଏନକାଉଣ୍ଟର ରେ ତିନି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।

ତେବେ ମୃତ ତିନି ଆତଙ୍କବାଦୀଙ୍କ ପାଖରୁ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ ହୋଇଥିବା ସୂଚନା ରହିଛି । ଏବେ ବି ସେହି ସ୍ଥାନରେ ସର୍ଚ୍ଚ ଅପରେସନ ଚାଲିଥିବା ସୂଚନା ରହିଛି ।

Related Articles

Stay Connected

0FansLike
3,129FollowersFollow
19,100SubscribersSubscribe
- Advertisement -spot_img

Latest Articles