ଟ୍ରକ ସହ ଅଟୋ ର ମୁହାଁ ମୁହିଁ ଧକ୍କା : ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ ନେଇ ରାସ୍ତା ଅବରୋଧ

0
244

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୩୦/୦୯) : ସଇଁନ୍ତଳା ଥାନା ଅନ୍ତର୍ଗତ ସିସକେଲା ଗାଁର ମିଠା ବ୍ୟବସାୟୀ ସୁବଳ ସାହୁ, ବଡ଼ମୁଡ଼ିଆ ମାଝୀ ଓ ଦେବାଶିଷ ସାହୁ ଏକ ଡାଲା ଅଟୋରେ ସିସକେଲାରୁ କୁଇକେଡା ବଜାରକୁ ମିଠା ବିକ୍ରି କରିବା ପାଇଁ ଯାଉଥିଲେ । ତେବେ ଭୋର ପ୍ରାୟ ୫ଟା ସମୟରେ ୨୬ ନଂ ଜାତୀୟ ରାଜପଥ ଲୁହୁରାପାଲି ନିକଟରେ ବଲାଙ୍ଗୀର ପଟୁ କଳାହାଣ୍ଡି ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ ସହ ଅଟୋ ର ମୁହାଁମୁହିଁ ଧକ୍କା ହୋଇଥିଲା ।WhatsApp Image 2021 09 30 at 12.29.03 PM ଟ୍ରକ ସହ ଅଟୋ ର ମୁହାଁ ମୁହିଁ ଧକ୍କା : ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ ନେଇ ରାସ୍ତା ଅବରୋଧ

ଘଟଣା ସ୍ଥଳରେ ମିଠା ବ୍ୟବାସୀଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ସଇଁନ୍ତଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଟ୍ରକ ସହ ଅଟୋ ର ମୁହାଁ ମୁହିଁ ଧକ୍କା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକ ମାନଙ୍କ ପରିବାରକୁ କ୍ଷତିପୂରଣ ଦାବୀରେ ସ୍ଥାନୀୟଲୋକେ ୨୬ ନଂ. ଜାତୀୟରାଜପଥକୁ ଅବରୋଧ କରିଛନ୍ତି । ବଡମାଳ ଫାଣ୍ଡି ଓ ସଇଁନ୍ତଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି ।