କମ୍ବଳ ବିକ୍ରୟ ଆଳରେ ନିର୍ବିଗ୍ନରେ ଗୋଳା ବାରୁଦ କାରଖାନା ରେ ପ୍ରବେଶ କରୁଥିଲେ ମାଓବାଦୀ !

0
277

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୩୦/୦୯) : କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ଭାରତ ର ଚାରିଗୋଟି ଗୋଳା ବାରୁଦ କାରଖାନା ମଧ୍ୟରୁ ବଲାଙ୍ଗୀର ଜିଲ୍ଲାର ବଡ଼ମାଲ ଗୋଳାବାରୁଦ କାରଖାନା ଅନ୍ୟତମ । ସ୍ୱର୍ଗତ √ଶ୍ରୀମତୀ ଇନ୍ଦିରା ଗାନ୍ଧି ଙ୍କ ଅମଳରେ ଏହି କାରଖାନା ପ୍ରତିଷ୍ଠା କରାଯାଇଥିଲା । ଏହି କାରଖାନା ସୁରକ୍ଷା ବ୍ୟବସ୍ଥା କଡାକଡି ରହିଥିବା ବେଳେ ଗତ ପ୍ରାୟ ଦୁଇ ମାସ ଧରି କମ୍ବଳ ବିକ୍ରୟ ଆଳରେ ମାଓବାଦୀ ନିର୍ବିଗ୍ନ ରେ ଯାତାୟାତ କରିଆସୁଥିଲେ । 

ବିଶେଷ ଦ୍ରଷ୍ଟବ୍ୟ ଯେ ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନା ଅନ୍ତର୍ଗତ ଲର୍କୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଥିବା ସୁର୍ମା ଖୋଦାନ ବା ଉତ୍ତୋଳନ କାର୍ଯ୍ୟ ଚାଲିଥିବା ସ୍ଥାନରେ ଦୀର୍ଘ ଦିନ ଧରି ମାଓବାଦୀ ନିଜ ଶିବିର କରି ତାଙ୍କ ମାଓ କାର୍ଯ୍ୟକଳାପ ନିୟନ୍ତ୍ରଣ କରି ଆସୁଥିଲେ । ଯାହାକି ଜଙ୍ଗଲ ବିଭାଗ ର ଜ୍ଞାତସାର ରେ ଚାଲୁଥିଲା ବୋଲି ଅଭିଯୋଗ ହୋଇଛି । ଗତ ପ୍ରାୟ ୧୫ ଦିନ ଧରି ଏହି ଶିବିର ରୁ କେତେକ ସକ୍ରିୟ ସଦସ୍ୟ ଡୁମେରବାହାଲ ଜଙ୍ଗଲ ରେ ତାଙ୍କ ଶିବିର କରିଥିଲେ ଓ ଉକ୍ତ ଶିବିର ରୁ କମ୍ବଳ ବିକ୍ରୟ ଆଳରେ ବଡ଼ମାଲ ଗୋଳା ବାରୁଦ କାରଖାନା ଭିତରେ ପ୍ରବେଶ କରି ନିଜ ଯାତାୟାତ ଚଳାଉଥିବା ଜଣାଯାଇଛି ।

ଗତ ବୁଧବାର ଭୋର ପ୍ରାୟ ରାତି ୩ ଟା ସମୟରେ ଉକ୍ତ ଡୁମେରବାହାଲ ପ୍ରଥମ ଗେଟ ନିକଟ ରୁ ଯାଇଥିବା ପାଣି ପାଇପ ଲାଇନ ରେ ଲାଗିଥିବା ନଟ ଖୋଲୁଥିବା ଓ ଅସ୍ତ୍ର ଶସ୍ତ୍ର ସଜିତ ଥିବା ଜଣେ କାଠ କଟାଳୀ ଉକ୍ତ ଗେଟ ସୁରକ୍ଷା କର୍ମୀଙ୍କୁ ସୂଚନା ଦେଇଥିଲେ । ସୁରକ୍ଷା କର୍ମୀ ଘଟଣା ସ୍ଥଳରେ ପହଞ୍ଚି ବା ଜାଣି ପ୍ରାୟ ଆଠ ଦଶ ଜଣ ଫେରାର ହୋଇଯାଇଥିଲେ ।

ଉକ୍ତ ସ୍ଥାନରୁ ତିନି ଜଣ ଙ୍କୁ ଗିରଫ କରାଯାଇ ଥିବା ଓ ତାଙ୍କୁ ସେଠୁ ସୁରକ୍ଷା କର୍ମୀ କାରଖାନା ଭିତରକୁ ନେଇ ତଦନ୍ତ ଚଳାଇଥିବା ସୂଚନା ମିଳିଛି । ତେବେ ଉକ୍ତ ତିନି ଜଣ କିଏ ଓ କେଉଁ ସ୍ଥାନରେ ତାଙ୍କୁ ରଖାଯାଇଛି ସେ ନେଇ କାରଖାନା ସହକାରୀ ମୁଖ୍ୟ କର୍ଣ୍ଣଲ ସମ୍ପୂର୍ଣ୍ଣ ତଦନ୍ତ ପରେ ସୂଚନା ଦିଆଯିବ ବୋଲି ଜଣାଇଛନ୍ତି ।

ଅପରପକ୍ଷେ ଜଙ୍ଗଲ ବିଭାଗ ତରଫରୁ ସେମାନେ ମିଲେଟ୍ରି ଡ୍ରେସ ରେ ରହୁଥିବା ଓ କାରଖାନା ସୁରକ୍ଷା କର୍ମୀ ଭାବି କୌଣସି ପଦକ୍ଷେପ ଗ୍ରହଣ ନ କରିଥିବା କହୁଛନ୍ତି । ଏ ନେଇ କାରଖାନା ର ଚାରି ଜଣ ସୁରକ୍ଷାକର୍ମୀ ଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଇଥିବା ଜଣାଯାଇଛି ।