ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ନୂଆଁଖାଇ ଭେଟଘାଟ : ନୂଆଖାଇ ପର୍ବ ଏକ ଅନନ୍ୟ ଗଣପର୍ବ – ଜିଲ୍ଲପାଳ

0
196

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର,(୩୦/୯) : ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ବିଭାଗ ଓ ସାହିତ୍ୟ ଓଡ଼ିଆ ଭାଷା ଓଡିଶା ସରକାର ଙ୍କ ଦ୍ୱାରା ସ୍ଥାନୀୟ ଜିଲ୍ଳା ସଂସ୍କୃତି ଭବନ ଠାରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ” ନୂଆଁଖାଇ ଭେଟଘାଟ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l54c26448 f29f 43bb 88b4 5b743ee268aa ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ନୂଆଁଖାଇ ଭେଟଘାଟ : ନୂଆଖାଇ ପର୍ବ ଏକ ଅନନ୍ୟ ଗଣପର୍ବ - ଜିଲ୍ଲପାଳ

ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅଵୋଲୀ ସୁନିଲ ନରୱଣେ ମୁଖ୍ୟଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରି ନିଜ ବକ୍ତବ୍ୟରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଏକ ଅନନ୍ୟ ପର୍ବ ଯାହା ସାମଗ୍ରିକ ଭାବେ ସମସ୍ତଙ୍କୁ ଏକଜୁଟ କରିବାକୁ ଉତ୍ସାହ ଓ ପ୍ରେରଣା ଦେଇଥାଏ ବୋଲି କହିବାସହ ସମସ୍ତ ଜିଲ୍ଲାବାସୀଙ୍କୁ ଭେଟଘାଟ ଅବସରରେ ଶୁଭେଚ୍ଛା ଜଣାଇଥିଲେ l ଅନ୍ୟତମ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ, ପି ଡ଼ି ଡିଆରଡିଏ ଡୋଳାମଣି ପଟେଲ, ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଶାଶ୍ୱତ କୁମାର ତ୍ରିପାଠୀ, ନାଟ୍ୟଶ୍ରୀ ଗଦାଧର ବାରିକ, ପ୍ରମୁଖ ଯୋଗଦାନ କରି ନୂଆଁଖାଇ ଗଣପର୍ବ ର ଗୁରୁତ୍ୱ ଓ ପରମ୍ପରା ଉପରେ ନିଜସ୍ୱ ମତବ୍ୟକ୍ତ କରିଥିଲେ ld6468fd3 b20f 41b5 9d56 7ff6055fdb49 ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ନୂଆଁଖାଇ ଭେଟଘାଟ : ନୂଆଖାଇ ପର୍ବ ଏକ ଅନନ୍ୟ ଗଣପର୍ବ - ଜିଲ୍ଲପାଳ

କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ସୁନାମଧନ୍ୟ ବିଶିଷ୍ଠ ସଂଗୀତକାର ଓ କଣ୍ଠଶିଳ୍ପୀ ବୃନ୍ଦାବନ ନାୟକ, କଣ୍ଠଶିଳ୍ପୀ ନୁର ବେଗମ ଙ୍କୁ ଜିଲ୍ଲପାଳ ତଥା ଅନ୍ୟାନ୍ୟ ଅତିଥି ବୃନ୍ଦ ମାନପତ୍ର ଓ ଉପଢ଼ୌଙ୍କନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ପୁନଶ୍ଚ ଏହି ଅବସରରେ ଲୋକନୃତ୍ୟ ପ୍ରତିଯୋଗିତାର କୃତୀ ସାଂସ୍କୃତିକ ଦଳଙ୍କୁ ମଧ୍ୟ ଅତିଥି ବୃନ୍ଦ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନକରି ପୁରସ୍କୃତ କରିଥିଲେ l କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ବିଭିନ୍ନ ସୁନାମଧନ୍ୟ ସାଂସ୍କୃତିକ ଅନୁଷ୍ଠାନ ପଏଁରି, ରୁମକୁଝୁମାନା, ଆଞ୍ଚଳିକ କଲାପରିଷଦ, କୃଷ୍ଣ ଗୁରୁ, ଶବର ସବରାଣୀ,ରୂପଶ୍ରୀ କଲାପରିଷଦ, ପ୍ରଭୁତି ଉଚ୍ଚକୋଟିର ଲୋକନୃତ୍ୟ ପରିବେଷଣ କରିଥିବାବେଳେ ସୁଶ୍ରୀ ମୁସ୍କlନ ମଲ୍ଲିକ ଲୋକଗୀତ ପରିବେଷଣ କରିଥିଲେ l ଜିଲ୍ଲସଂସ୍କୃତି ଅଧିକାରୀ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବିଭାଗ ର ଦୁଃଖୀଶ୍ୟାମ ସେଠୀ ତଥା ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ର କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ l