ମନମୁଣ୍ଡା 5T ଉଚ୍ଚ ବିଦ୍ୟାଳୟର ଉନ୍ନତି ପାଇଁ ୧ ଲକ୍ଷ ଟଙ୍କା ଚେକ ପ୍ରଦାନ

0
279

ରିପୋର୍ଟ : ସୁଶାନ୍ତ ବେହେରା //
କଣ୍ଟାମାଳ,(୩୦/୦୯) : ବୌଦ୍ଧ ଜିଲ୍ଳା କଣ୍ଟାମାଳ ବ୍ଲକ ମନମୁଣ୍ଡା 5T ଉଚ୍ଚ ବିଦ୍ୟାଳୟ ର ଉନ୍ନତି କରିବା ପାଇଁ ମନମୁଣ୍ଡାର ସମାଜସେବୀ ଶ୍ରୀ ପ୍ରକାଶ ଚନ୍ଦ୍ର ମେହେର ବିଦ୍ୟାଳୟର ଉନ୍ନତି କରଣ ପାଇଁ ଆଜି ୧ ଲକ୍ଷ ଟଙ୍କାର ଏକ ଚେକ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟପାଲ ମିଶ୍ର ଙ୍କୁ ଶ୍ରୀ ମେହେର ପ୍ରଦାନ କରିଛନ୍ତି ।

ମନମୁଣ୍ଡା 5T ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣରେ ଏହି ଅର୍ଥ ବିନିଯୋଗ ହେବ ବୋଲି ଶ୍ରୀ ମେହେର ପ୍ରକାଶ କରିଛନ୍ତି । ଏହି ସାହାଯ୍ୟ ପାଇ ବିଦ୍ୟାଳୟ ପକ୍ଷରୁ ଶ୍ରୀ ମେହେରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଅଛି ।