ଘରବାଡ଼ି କୂଅରୁ ଉଦ୍ଧାର କରାଗଲା ମହିଳାଙ୍କ ଗଳିତ ଶବ

0
499

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୩୦/୦୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ପଂଚାୟତ ରାଜିଙ୍ଗ ଗ୍ରାମରୁ ଆଜି ପୁରୁଣା କଟକ ପୋଲିସ ଘରବାଡ଼ି କୂଅରୁ ଏକ ମହିଳାଙ୍କ ମୃତ ଦେହ ଉଦ୍ଧାର କରିଛି |

ସୂଚନା ଅନୁଯାଇ ଆଜି ସକାଳେ ରାଜିଙ୍ଗ ଗ୍ରାମର ପବିତ୍ର ସାମଲଙ୍କ ଧର୍ମ ପତ୍ନୀ ସାରସ୍ବତୀ ସାମଲ (୫୭)ଙ୍କୁ ସକାଳୁ ଘରେ ନ ଦେଖିପାରିବାରୁ ତାଙ୍କ ପୁଅ ବହୁ ଗାଁ ସାହି, ପଡ଼ିଶା, ବନ୍ଧ ବିଲ ସମସ୍ତ ସ୍ଥାନରେ ଖୋଜା ଖୋଜି କରି ପାଇ ନ ଥିଲେ | ପରିଶେଷରେ ନିଜ ଘରବାଡ଼ି କୂଅରୁ ତାଙ୍କ ମୃତ ଦେହ ଦେଖିବାକୁ ପାଇଥିଲେ | ତୁରନ୍ତ ପୁରୁଣାକଟକ ଥାନାକୁ ଖବର ଦେବାରୁ ଦିନ ୧୧ ଟା ସମୟରେ ପୁରୁଣା କଟକ ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ମୃତ ରାସେଶ୍ୱରୀଙ୍କ ମୃତ ଦେହ କୂଅ ଭିତରୁ ଉଦ୍ଧାର କରିଥିଲେ | ପୋଲିସ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇ ଥିବାର ଜଣାପଡିଛି | ମୃତ୍ୟୁଟି ଆତ୍ମହତ୍ୟା କି ହତ୍ୟା ପୋଲିସ ତଦନ୍ତ ଚଳାଇଛନ୍ତି ତଦନ୍ତ ପରେ ସତ୍ୟ ଘଟଣାଟି ଲୋକଲୋଚନକୁ ଆସିବ |