ଜମିବାଡ଼ି ବିବାଦକୁ ନେଇ ୧୪ ବର୍ଷର ବାଳକକୁ ଅପହରଣ

0
189

ରିପୋର୍ଟ : ରଂଜିତ ବେହେରା //
ଢେଙ୍କାନାଳ,(୩୦/୦୯) : ଜମିବାଡ଼ି ବିବାଦକୁ ନେଇ ଏକ ୧୪ ବର୍ଷର ବାଳକକୁ ଅପହରଣ କରିବା ଭଳି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ ଶାନ୍ତି ମଳିକ ।dkl1 ଜମିବାଡ଼ି ବିବାଦକୁ ନେଇ ୧୪ ବର୍ଷର ବାଳକକୁ ଅପହରଣ

ଶାନ୍ତି ମଳିକ ,ସ୍ୱାମୀ ୰ଅଜୟ ମଳିକ, ଟୋଲରପସି, ପିଙ୍ଗୁଆଙ୍କ ଅଭିଯୋଗ ଅନୁଯାଇ ତାଙ୍କ ସ୍ୱାମୀ ଏକ ଗାଡ଼ି ଦୁର୍ଘଟଣାରେ ଚାଲିଯିବା ପରେ ୨୦୦୬ ମସିହା ଠାରୁ ସେ ତାଙ୍କ ବାପଘର ସନ୍ଥପୁର, ଗଁଦିଆରେ ରହିଆସୁଛନ୍ତି । ତାଙ୍କର ଏକ ୧୮ ବର୍ଷର ଝିଅ ଏବଂ ଏକ ୧୪ ବର୍ଷର ପୁଅ ଅଛି । ବାପଘରେ ଭାଇ ଭାଉଜଙ୍କ ପାଖରେ ରହି ମୂଲ ମଜୁରୀ କରି ଚଳନ୍ତି । କିନ୍ତୁ ତାଙ୍କ ଶାଶୁ ଶୁଘର ଗ୍ରାମର ଗିରିଆ ମଳିକ, ପିତା ଗୋବରା ମଳିକ ଗତ ଅଗଷ୍ଟ ମାସ ୨୭ ତାରିଖ ଦିନ ଶାନ୍ତି ମଳିକର ବାପଘରେ ପହଂଚି ମିଛରେ ତାଙ୍କ ପରିବାରରେ ଜଣେ ବୃଦ୍ଧା ମୃତ୍ୟୁ ବରଣ କରିଛନ୍ତି ବୋଲି କହି ଶାନ୍ତି ମଳିକ ଙ୍କର ପୁତ୍ର କାହ୍ନୁ ମଳିକକୁ ସାଙ୍ଗରେ ଜମିବାଡ଼ି ବିବାଦକୁ ନେଇ କୁଆଡେ ନେଇ ଅପହରଣ କରି ଯାଇଛନ୍ତି ।dkl ଜମିବାଡ଼ି ବିବାଦକୁ ନେଇ ୧୪ ବର୍ଷର ବାଳକକୁ ଅପହରଣ

ତେଣୁ ସେ ଏବିଷୟରେ ନିକଟସ୍ଥ ନୀହଲପ୍ରସାଦ ଥାନାରେ ଜଣେଇଥିଲେ ମଧ୍ୟ ଗିରିଆ ମଳିକର ବାପା ତାଙ୍କ ଗ୍ରାମର ଚୌକିଆ ଥିବାରୁ ଥାନାବାବୁ କିଛି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ସେଠାରୁ ସେ ହତାଶ ହେବାରୁ ଆଜି ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଆସି ତାଙ୍କର ଆଶ୍ରୟ ନେଇଛନ୍ତି । ଆରକ୍ଷୀ ଅଧିକ୍ଷକ ଏହି ବିଷୟରେ ତଦନ୍ତ କରି ତାଙ୍କ ପୁଅକୁ ଖୋଜିଦେବା ସହ ଦୋଷୀକୁ ଉଚିତ ଦଣ୍ଡ ବିଧାନ କରାଇଲେ ସେ ନ୍ୟାୟ ପାଇବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ।