Tuesday, March 19, 2024

Top 5 This Week

Related Posts

ଇ-ଶ୍ରମକାର୍ଡ ପାଇଁ ଲୋକଙ୍କୁ ଲୁଟୁଛନ୍ତି ଜନସେବା କେନ୍ଦ୍ର

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୩୦/୦୯) : ସରକାରୀ ଯୋଜନାରେ ସାଧାରଣ ଜନତାଙ୍କୁ ଅସାଧୁଙ୍କ ଚାଲିଛି ହରିଲୁଟ | କେନ୍ଦ୍ର ସରକାର ଅଣ ସଂଗଠିତ ଶ୍ରମିକଙ୍କ ପାଇଁ ଇ-ଶ୍ରମକାର୍ଡ ପ୍ରଚଳିତ କରିଛନ୍ତି । ଯେଉଁ ଥିରେ ବିଭିନ୍ନ ବର୍ଗର ତଥ୍ୟ ରହୁଛି । ଏଥିପାଇଁ ଜନସେବା କେନ୍ଦ୍ର ଗୁଡିକୁ ସୁପାରିଶ ଦେଇଛନ୍ତି ବିନା ଶୁଳ୍କରେ ପଞ୍ଜିକୃତକରିବା ପାଇଁ |50c32d6a b83c 4fc3 b139 c1236cd4144a ଇ-ଶ୍ରମକାର୍ଡ ପାଇଁ ଲୋକଙ୍କୁ ଲୁଟୁଛନ୍ତି ଜନସେବା କେନ୍ଦ୍ର

ଏଥିପାଇଁ ପ୍ରତ୍ୟେକ ଜନସେବା କେନ୍ଦ୍ରକୁ ପ୍ରତି ଇ-ଶ୍ରମକାର୍ଡ ପିଛା ୧୬ଟଙ୍କା ପାଇବା ପାଇଁ ବ୍ୟବସ୍ଥା ମଧ୍ୟ ସରକାରୀ ଅର୍ଥ ରାଶି ପ୍ରଦାନ କରୁଛନ୍ତି | କିନ୍ତୁ ଆମ ରାଜ୍ୟର ସବୁ ଜିଲ୍ଲାରେ ସରକାରୀ ନିୟମକୁ ଉଲଂଘନ କରି ଜନସେବା କେନ୍ଦ୍ର ଗୁଡିକ ରେ ଟଙ୍କା ଲୁଟୁ ଥିବାର ଗଣ ମାଧ୍ୟମରେ ପ୍ରକାଶ ପାଉଛି | ସେହିପରି ବୌଦ୍ଧ ଜିଲ୍ଲାର ଗୋଟିଏ, ଦୁଇଟି ନୁହଁ ଜିଲ୍ଲାର ତିନୋଟି ବ୍ଲକରେ ଥିବା ପ୍ରାୟ ସମସ୍ତ ସ୍ୱୀକୃତି ପ୍ରାପ୍ତ ଜନସେବା କେନ୍ଦ୍ର ଗୁଡିକରେ ସାଧାରଣ ଜନତା ଠକାମୀର ଶିକାର ହେଉଥିବା ସଂଗୀନ ଅଭିଯୋଗ ଆସିଛି |

ଦିନ ଅପେକ୍ଷା ରାତି ସମୟରେ ସରକାରଙ୍କ କୋଭିଡ ନିୟମକୁ ଉଲଂଘନ କରି ଲୋକଙ୍କୁ ଲମ୍ବା ଧାଡିରେ ଛିଡା କରାଇ କିଛି ଅସାଧୁ ଜନସେବା କେନ୍ଦ୍ର କର୍ମଚାରୀ ୧୦୦ ରୁ ୨୦୦ଟଙ୍କା ପର୍ଯ୍ୟନ୍ତ କାର୍ଡ ବାବଦକୁ ଆଦାୟ କରୁଛନ୍ତି | ଏଥିପ୍ରତି ବ୍ଲକ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଅସାଧୁ ଉପାୟରେ ସରକାରୀ ନିୟମକୁ ବେଖାତିର କରି ସାଧାରଣ ଜନତାଙ୍କ ଠାରୁ ଟଙ୍କା ଲୁଟୁଥିବା ଜନସେବା କେନ୍ଦ୍ର ଗୁଡିକର ଲାଇସେନ୍ସ ରଦ୍ଦ କରାଯାଉ ବୋଲି ବୌଦ୍ଧ ଜିଲ୍ଲା ଜନତା ଅଭିଯୋଗ ଆଣିଛନ୍ତି |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

1 COMMENT

Comments are closed.

Popular Articles