ଅଜଣା ବୋଲେରୋ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

0
426

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୦୧/୧୦) : ବୁଟୁପାଲି -ବଘୀଆ ପଡ଼ା ପୂର୍ତ୍ତ ବିଭାଗ ତେତେଲେଙ୍ଗା ଗ୍ରାମ ବାବା ମଠ ନିକଟରେ ଆଜି ସକାଳେ ଏକ ମୃତ ଦେହ ଉଦ୍ଧାର କରାଯାଇଥିଲା | ଅଜଣା ବୋଲେରୋ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ | କିଛି ପ୍ରମାଣ ନ ଥିବାରୁ ଉଦ୍ଧାର ବେଳେ ବ୍ୟକ୍ତିଙ୍କ ପରିଚୟ ମିଳିନଥିଲା |

ଉଦ୍ଧାର ର ବହୁ ସମୟ ପରେ ଜଣାପଡିଲା ଯେ ମୃତ ବ୍ୟକ୍ତି ଜଣକ ବୌଦ୍ଧ ବ୍ଲକ ମୁଣ୍ଡିପଦର ପଂଚାୟତ ମୁଣ୍ଡିପଦର ଗାଁର ହେମନ୍ତ ମେହେର | ତାଙ୍କ ପତ୍ନୀଙ୍କ ବୌଦ୍ଧ ଥାନାରେ ଅଭିଯୋଗ ଅନୁଯାଇ ବନ୍ଧାପଥର ପଂଚାୟତର ବାଘପାଲି ଗାଁ କୁ ନିଜ ବାପ ଘର ପିତୃପକ୍ଷ ଶ୍ରାଦ୍ଧରେ ସେମାନେ ଆସିଥିଲେ | ଏବଂ ରାତ୍ରି ଯାପନ କରିଥିଲେ | ହେମନ୍ତ ରାତ୍ରି ୪ ଟା ରୁ ଏକୁଟିଆ ନିଜ ଗ୍ରାମ ଅଭିମୁଖେ ବାଇକ ନଂ OD27C0060ଯୋଗେ ବାହାରିଥିଲେ | ତେତେଲେଙ୍ଗା ବାବା ମଠ ନିକଟରେ ତାଙ୍କୁ ଏକ ଅଜଣା ବୋଲେରୋ ଧକ୍କା ଦେଇ ଚାଲିଯାଇଥିଲା କିନ୍ତୁ ଧକ୍କାରେ ଭାରସାମ୍ୟ ହରାଇ ହେମନ୍ତ ଏକ ଗଛରେ ପିଟି ହୋଇ ରାସ୍ତା ତଳକୁ ଛିଟିକି ପଡି ମୃତ୍ୟୁ ବରଣ କରିଥିଲେ | ବୌଦ୍ଧ ପୋଲିସ ମୃତ ଶରୀର କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି |