Friday, March 29, 2024

Top 5 This Week

Related Posts

ଗଡ଼ଖାଇ ପୁନଃ ଉଦ୍ଧାର କାମରେ ନିୟୋଜିତ ଡଙ୍ଗା ବୁଡିଲା 

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୩/୦୭) : ଶତୃ କବଳରୁ ବୌଦ୍ଧ ରାଜପ୍ରାସାଦକୁ ସୁରକ୍ଷିତ ରଖିବା ପାଇଁ ତତ୍କାଳିନ ବୌଦ୍ଧ ଗଡଜାତର ରାଜା ମାନେ ରାଜ ନଅର ଚତୁଃପାର୍ଶ୍ଵରେ ପରିଖା ବା ଗଡ଼ଖାଇ ନିର୍ମାଣ କରାଇଥିଲେ l

ଯାହାକୁ ସ୍ଥାନୀୟ ଭାଷାରେ ପରବର୍ତ୍ତି ସମୟରେ ଜରି ଖଣ୍ଡି ଭାବେ ପରିଚିତ ଥିଲା l ୧୯୮୦ ମସିହା ପରବର୍ତ୍ତି ସମୟରେ ଜରିଖଣ୍ଡିରେ ବ୍ୟାପକ ମାତ୍ରାରେ ଜବରଦଖଲ ଆରମ୍ଭ ହେଲା l ଲୋକେ ଦୋକାନ ବଜାର କରି ଜୀବିକା ନିର୍ବାହ କଲେ l ଆସ୍ତେ ଆସ୍ତେ ପୋତି ହେବାରେ ଲାଗିଲା ଐତିହାସିକ ଜରି ଖଣ୍ଡି l ବିଭିନ୍ନ ସମୟରେ ଗଡ଼ଖାଇ ଏହାର ପୁନଃଉଦ୍ଧାର ଉଦ୍ଧାର ପାଇଁ ସହରର ବୁଦ୍ଧିଜୀବି ଓ ସଂସ୍କୃତି ପ୍ରେମୀ ଦାବି କରିଛନ୍ତି |

ଯାହାବି ହେଉ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ପ୍ରଚେଷ୍ଟାରେ ପବିତ୍ର ରଥଯାତ୍ରା ଅବସରରେ ଗତକାଲି ଏହାର ପୁନଃଉଦ୍ଧାର କାମ ଆରମ୍ଭ ହୋଇଛି | ଆରମ୍ଭରୁ ଗତକାଲି ଏକ ବିଘ୍ନ ଘଟିଥିଲା l ଡଙ୍ଗାରେ ଗୋଟିଏ ଜେ.ସି.ବି. ଲଦି ଦଳ ଓ ଆବର୍ଜନା ସଫା କରୁଥିବା ବେଳେ ଅପରାହ୍ନ ରେ ଡ଼ଙ୍ଗା ଭାଙ୍ଗି ବୁଡି ଯାଇଥିବା ଦେଖିବାକୁ ମିଳିଥିଲା l ଯାହାବି ହେଉ ଗଡ଼ଖାଇ ପୁନଃଉଦ୍ଧାର କାମରେ ଜିଲ୍ଲାପାଳଙ୍କ ଉଦ୍ୟମ କୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି l

ଜଣେ ପ୍ରଶାସନିକ ଅଧିକାରୀ ଭାବେ ସ୍ୱଳ୍ପ ସମୟର କାର୍ଯ୍ୟକାଳ ମଧ୍ୟରେ ବୌଦ୍ଧ ଜିଲ୍ଲାର ସୌନ୍ଦର୍ଯ୍ୟ କରଣ ପାଇଁ ଗ୍ରହଣ କରିଥିବା ବିଭିନ୍ନ ପ୍ରକଳ୍ପକୁ ଜନସାଧାରଣ ପ୍ରଶଂସା କରୁଛନ୍ତି | ଜିଲ୍ଲା ଗଠନର ୨୭ ବର୍ଷ ପରେ ଏଭଳି ଜଣେ ଜିଲ୍ଲାପାଳଙ୍କୁ ପାଇ ବୌଦ୍ଧ ବାସୀ ଗର୍ବିତ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ |

Popular Articles