ବରିଷ୍ଠ ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜ ଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

0
255

ରିପୋର୍ଟ : ଜିଲ୍ଲା ପ୍ରତିନିଧି ସନ୍ତୋଷ ନାୟକ //
ବଲାଙ୍ଗୀର,(୦୧/୧୦) : ଭୁବନେଶ୍ୱର ରେ ଆଜି ସକାଳେ ୨ ଜଣ ଦୁର୍ବୁତ ସମୟ ଖବରକାଗଜ ରେ କାର୍ଯ୍ୟରତ ବଲାଙ୍ଗୀର ର ବରିଷ୍ଠ ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜ ଙ୍କୁ ଡେଲଟା ଛକ ଠାରେ ମରଣାନ୍ତକ ଆକ୍ରମଣ କରି ଓ ମୋବାଇଲ ଲୁଟ୍ ଘଟଣା କୁ ବଲାଙ୍ଗୀର ସାମ୍ବାଦିକ ସଂଘ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି ।

ବରିଷ୍ଠ ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜ ଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଦାବି କରା ଯାଇଛି | ଏହା ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ସାମ୍ବାଦିକ ଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରା ଯାଇଛି । ଏହି ଅବସର ରେ ସାମ୍ବାଦିକ ସଂଘ ସଭାପତି ହରି ନାରାୟଣ ପୂଜାରୀ ଙ୍କ ସହ ଅନେକ ସଂଘର ସଭ୍ୟବୃନ୍ଦ ଉପସ୍ଥିତ ଥିଲେ |