ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦରରେ ରେଳ ଯାତ୍ରୀଙ୍କୁ ଖାଦ୍ୟ ବିକ୍ରି ଅଭିଯୋଗ ନେଇ କାର୍ଯ୍ୟାନୁଷ୍ଠାନ ଦାବି

0
289

ରିପୋର୍ଟ : ଜିଲ୍ଲାପ୍ରତିନିଧି ସନ୍ତୋଷ ନାୟକ //
ବଲାଙ୍ଗୀର,(୦୧/୧୦) : ଭାରତୀୟ ରେଳ ବିଭାଗ ତରଫରୁ ସରକାରୀ ଭାବେ ବିକ୍ରି କରାଯାଉଥିବା ଖାଦ୍ୟ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦରରେ ବିକ୍ରି କରିବା ଅଭିଯୋଗ ହୋଇଆସୁଛି । ପ୍ରକାଶ ଯେ, ଭାରତୀୟ ରେଲୱେ ତରଫରୁ ଚାଲିଥିବା ଜନତାଖାନା ନାମରେ ବିକ୍ରି ଖାଦ୍ୟରେ ସାତ ଗୋଟି ପୁରୀ ଓ ତରକାରୀ ଯାହାର ଦାମ ବା ମୂଲ୍ୟ ୧୫ଟଙ୍କା ଧାର୍ଯ୍ୟ କରାଯାଇଛି ।

ଯାହାକି ଗରିବ ଶ୍ରେଣୀର ଲୋକେ ତଥା ଅନ୍ୟ ସମସ୍ତ ବର୍ଗର ଲୋକେ ଉକ୍ତ ଖାଦ୍ୟ ଉକ୍ତ ୧୫ ଟଙ୍କାରେ ପାଇପାରି ଉପକୃତ ହେବେ ସେ ବ୍ୟବସ୍ଥା କରାଯାଇଛି । ହେଲେ ପରିତାପର ବିଷୟ ଏହା ଯେ, ଟିଟିଲାଗଡ଼ ରେଳ ଜନକ୍ସନ ଯାହାକି ଭାରତର ସମସ୍ତ ସ୍ଥାନକୁ ଯାତାୟାତ ସୁବିଧା ରହିଛି ଓ ଅନେକ ଦ୍ରୁତଗାମୀ ଟ୍ରେନ ଚଳ, ପ୍ରଚଳ କରୁଥିବା ବେଳେ ଏହି ଟ୍ରେନ ଗୁଡିକର ଯାତ୍ରୀଙ୍କୁ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦରରେ ରେଳ ଯାତ୍ରୀଙ୍କୁ ଖାଦ୍ୟ ବିକ୍ରି କରିଆସୁଛନ୍ତି | ଗୋଟିଏ ପୁରୀକୁ ୧୦ ଟଙ୍କା ଭାବେ ତିନୋଟି ପୁରୀକୁ ୩୦ ଟଙ୍କା ଦରରେ ବିକ୍ରି କରିବା ସହ ତାହା ରେଳ ଷ୍ଟେସନରେ ଭେଣ୍ଡର ବା ବୁଲି ବୁଲି ବିକ୍ରି କରୁଥିବା ବିକାଳୀ ଯାତ୍ରୀଙ୍କୁ ବିକ୍ରି କରିଆସୁଛନ୍ତି | ଯାହାକି ସମ୍ପୂର୍ଣ୍ଣ ବେଆଇନ ଅଟେ । ଏହା ଦ୍ୱାରା ଯାତ୍ରୀ ଶୋଷଣର ଶିକାର ହୋଇଆସୁଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି ।

ସାଧାରଣ ଭାବେ ଉଚିତ ମୂଲ୍ୟରେ ବିକ୍ରି ନ କରି ଅର୍ଥ ଶୋଷଣ ନେଇ ତୁରନ୍ତ ବିଭାଗୀୟ ମୁଖ୍ୟ ଅଧିକାରୀ ଦୃଷ୍ଟି ଦେଇ ଦୃଷ୍ଟାନ୍ତ ମୁଳକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଛି ।