ଭିନ୍ନକ୍ଷମ ଦମ୍ପତ୍ତିଙ୍କୁ ସରକାରୀ ସ୍ଥରରେ ପ୍ରୋତ୍ସାହନ ରାଶି ପ୍ରଦାନ

0
212

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ,ତା(୩୦/୯) : ରାୟଗଡ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସାମାଜିକ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ରାୟଗଡ ଜିଲ୍ଲାର ଚାରିଜଣ ଭିନ୍ନକ୍ଷମ ଦମ୍ପତ୍ତିଙ୍କୁ ୨,୫୦,୦୦୦ ହିସାବରେ ଆର୍ଥିକ ପ୍ରୋତ୍ସାହନ ରାଶି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ପ୍ରଦାନ କରିଛନ୍ତି ।ae8962fd ae41 4d44 a8ba 9e7a768e7f3d ଭିନ୍ନକ୍ଷମ ଦମ୍ପତ୍ତିଙ୍କୁ ସରକାରୀ ସ୍ଥରରେ ପ୍ରୋତ୍ସାହନ ରାଶି ପ୍ରଦାନ

ରାୟଗଡ ସହରର ରାଣୀଗୁଡା ଫର୍ମର ଶ୍ରୀମତୀ ଗୀତା ନାୟକ ଓ ସ୍ୱାମୀ ଶ୍ରୀ କେଦାରନାଥ ପାଢି, ସାନ ଚାନ୍ଦିଲି ଗ୍ରାମର ବିଶିକେଶନ ସୁନା ଓ ସ୍ତ୍ରୀ ରେଖା ସୁନା, ବିଜୟ ନଗର- କଲ୍ୟାଣ ସିଂହପୁରର ରୋହିତ କନ୍ଧ ଓ ସ୍ତ୍ରୀ ମିନତୀ କନ୍ଧ, ଏବଂ ରାୟଗଡ ସହରର ହରିଜନ ସାହିର ବଂଶୀଧର ବାଘ ଓ ସ୍ତ୍ରୀ ରଶ୍ମିତା ବାଘ ଭିନ୍ନକ୍ଷମ ଦମ୍ପତ୍ତିଙ୍କୁ ଆଜି ଏହି ରାଶି ପ୍ରଦାନ କରାଯାଇଥଲା ।

ପ୍ରକାଶ ଥାଉକି ଏହି ରାଶି ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ବ୍ୟାଙ୍କରେ ଜମା ହୋଇ ରହିବ ଓ ତାର ସୁଧ ଉପରୋକ୍ତ ବ୍ୟକ୍ତି ବ୍ୟବହାର କରି ପାରିବେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଭିକ୍ଟୋରିଆ କୁଲୁ ପ୍ରମୁଖ ଉପସ୍ଥିତ ଥିଲେ ।