Friday, March 29, 2024

Top 5 This Week

Related Posts

ମାଁ କୁଳରଶୁଣି ଙ୍କ ବାଲିଯାତ୍ରା ନିର୍ଭିଘ୍ନରେ ଉଦଯାପନ

ରିପୋର୍ଟ : ନରୋତ୍ତମ ପାଢ଼ୀ //
ମୁନିଗୁଡା,(୩୦/୦୯) : ମୁନିଗୁଡା ଠାରୁ ୧୫ କିମି ଦୂର ଜଗଦଳପୁର ଠାରେ ମାଁ କୁଳରଶୁଣି ଙ୍କ ବାଲିଯାତ୍ରା ଅନୁଷ୍ଠିତ ହୋଇଯାଇଛି ।97cbd7b2 6e7a 4e40 8eee fab18484f2fe ମାଁ କୁଳରଶୁଣି ଙ୍କ ବାଲିଯାତ୍ରା ନିର୍ଭିଘ୍ନରେ ଉଦଯାପନ

ଅଗଣିତ ଭକ୍ତ ସଦାସର୍ବଦା ମାଁ କୁଳରଶୁଣି ଙ୍କ ର ଦର୍ଶନ କରିବା ପାଇଁ ଆଦିମ ଜନଜାତି ଓ ଭିବିନ୍ନ ବର୍ଗର ଭକ୍ତଙ୍କ ସମାଗମ ହୋଇଥାଏ ଏହି ସ୍ଥାନରେ । କିନ୍ତୁ, ଦୁଇ ବର୍ଷ ହେଲା କୋଭିଡ୧୯ ଯୋଗୁ ମାଁଙ୍କର ଖାଲି ରୀତିନୀତିରେ ପୂଜା ଅର୍ଚ୍ଚନା ହୋଇ ଯାଇଛି । କିନ୍ତୁ, ଚଳିତ ବର୍ଷ କୋଭିଡ ୧୯ ଗାଇଡ଼ ଲାଇନ ଅନୁସାରେ ମାଁ ଙ୍କର ବାଲିଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ମାଁଙ୍କ ପାଖରେ ଗୁହାରିକଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ଅଶ୍ୱିନ ମାସରେ ମାଁଙ୍କ ପୂଜା କରାଯାଇଥାଏ । କିନ୍ତୁ ଚନ୍ଦ୍ରପୁର ବ୍ଲକର ଡ଼ଙ୍ଗସରଡା ମାଁ ଭୌରବୀ ଓ ଭୌରଗଡ଼ରେ ଭକ୍ତଙ୍କର ସମାଗମରେ ବାଲିଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମାଁଙ୍କର ସେବକ ମାନେ ଓ ପୂଜାରୀ ଜ୍ଵଳନ୍ତ ନିଆଁରେ ଚାଲିବା ସହ କଣ୍ଟା ଦୋଳିରେ ଝୁଲି ଥାଆନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles