କଲ୍ୟାଣସିଂହପୁର ବ୍ଲକରେ ଓଡ଼ିଶା ଡ୍ରାଇଭର ମହା ସଂଘର ଶୋଭାଯାତ୍ରା ଓ ବନ୍ଧୁ ମିଳନ

0
321

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,(୧/୧୦) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଓଡ଼ିଶା ଡ୍ରାଇଭର ମହା ସଂଘ ପକ୍ଷରୁ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି ।

କଲ୍ୟାଣସିଂହପୁର ବ୍ଲକରେ ଓଡ଼ିଶା ଡ୍ରାଇଭର ମହା ସଂଘର ଉପଦେଷ୍ଟା ଘନଶ୍ୟାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ବ୍ଲକ ସଂଘ ସଭାପତି ଗଜେନ୍ଦ୍ର ଗରଡ଼ିଆ ଓ ତ୍ରିନାଥ ଦଳେଇ ଙ୍କ ମିଳିତରେ ଜିଲ୍ଲାର ୧୧ଟି ବ୍ଲକରେ ଥିବା ସମସ୍ତ ଡ୍ରାଇଭର ମାନେ କାଳୀସୁନ୍ଦରୀ ମନ୍ଦିର ଠାରେ ଏକତ୍ରିତ ହୋଇଥିଲେ । ସେହିଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପହଞ୍ଚି ଥିଲେ । ଏଠାରେ ଏକ ବୈଠକ କରିଥିଲେ ।

ଏହି ଶୋଭା ଯାତ୍ରାର ମୁଖ୍ୟ ଉଦ୍ଧେଶ୍ୟ ହେଲା ସେପ୍ଟେମ୍ବର ମାସ ୧ ତାରିଖ ଶ୍ରମିକ ଦିବସରେ ସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ଜିଲାପାଳ ଙ୍କୁ ପ୍ରଦାନ କରାଯାଇଛି । ତାହା ଯଦି ପୁରଣ କରାନଗଲେ ଆଗାମୀ ଦିନରେ ସଂଘ ପକ୍ଷରୁ ଆନ୍ଦୋଳନ କରିବୁ ବୋଲି କହିଛନ୍ତି । ୧୧ଟି ବ୍ଲକର ସମସ୍ତ ଡ୍ରାଇଭର ଓ କଳାହାଣ୍ଡି ଜିଲ୍ଲା ର ଡ୍ରାଇଭର ମାନେ ମଧ୍ୟ ରେ ବନ୍ଧୁ ମିଳନ କରାଯାଇଛି । ଡ୍ରାଇଭର ମାନେ ପରସ୍ପର ମଧ୍ୟରେ ସାହାଯ୍ୟ ସହଯୋଗର ହାତ ବଢ଼େଇବେ ବୋଲି ପ୍ରକାଶ କରିଥିଲେ |