-5.7 C
Innichen
Friday, January 21, 2022

ବୋରିଗୁମ୍ମାରେ ବ୍ୟାପକ ହେଲା ପୋଷଣ ସଚେତନତା କାର୍ଯ୍ୟକ୍ରମ

ବେଣାସୁର’ରେ ପୋଷଣ ସଚେତନତା ଶୋଭାଯାତ୍ରା ଓ ‘ରଣସପୁର’ପଞ୍ଚାୟତରେ ପୋଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ରିପୋର୍ଟ : ରବିଶଙ୍କର ମହାପାତ୍ର //
କୋରାପୁଟ,(୩୦/୯) : ବୋରିଗୁମ୍ମାରେ ବ୍ୟାପକ ହେଲା ପୋଷଣ ସଚେତନତା କାର୍ଯ୍ୟକ୍ରମ | ଚଳିତ ମାସ ପ୍ରଥମ ସପ୍ତାହରେ ବୋରିଗୁମ୍ମା ବ୍ଲକରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ଆରମ୍ଭ ହୋଇଥିବା “ପୋଷଣ ମାହ” କାର୍ଯ୍ୟକ୍ରମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଆଜି ବେଣାସୁର ଓ ରଣସପୁର ପଞ୍ଚାୟତରେ ଏହାକୁ ବ୍ୟାପକ କରାଯାଇଛି ।

ବୋରିଗୁମ୍ମାରେ ବ୍ୟାପକ ହେଲା ପୋଷଣ ସଚେତନତା କାର୍ଯ୍ୟକ୍ରମ | ରଣସପୁର ପଞ୍ଚାୟତରେ ମଣ୍ଡଳ ପରିଦର୍ଶିକା ଶ୍ରୀମତି ରମଣୀ କନ୍ଧପାନଙ୍କ ତତ୍ତ୍ଵାବଧାନରେ ରଣସପୁର ମଣ୍ଡଳର ଅଙ୍ଗନବାଡି କର୍ମୀ ଓ ସାହାଯ୍ୟକାରୀଣି ତଥା ଗର୍ଭବତୀ, ପ୍ରସୂତୀ, ଶିଶୁ, କିଶୋରୀ ଓ ମାଆ ମାନଙ୍କୁ ନେଇ ପୁଷ୍ଟିକର ଖାଦ୍ୟ ସମ୍ପର୍କରେ ‘ଡେମୋ’ ମାଧ୍ୟମରେ ସଚେତନ କରାଯାଇଥିଲା । ଏହି ଅବସରରେ ୪ ଜଣ ଗର୍ଭବତୀ, ୩ ଜଣ ପ୍ରସୂତୀ, କିଶୋରୀ ୧୦ ଜଣ, ମାଆ ୧୫ ଜଣ ଓ ଶିଶୁ ୧୬ ଜଣ ଉପସ୍ଥିତ ରହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବେଣାସୁର ମଣ୍ଡଳ ପରିଦର୍ଶିକା ସୁଶ୍ରୀ ଶର୍ମିଷ୍ଠା ନାୟକ, ବୋରିଗୁମ୍ମା ମଣ୍ଡଳ ପରିଦର୍ଶିକା ଶ୍ରୀମତି ରୋଜାଲିନ କୋଟିଆ, କାମତା ମଣ୍ଡଳ ପରିଦର୍ଶିକା ଶ୍ରୀମତି ଗୀତା ଜାନୀ, କୁମୁଲି ମଣ୍ଡଳ ପରିଦର୍ଶିକା ଶ୍ରୀମତି ପ୍ରଭାସିନୀ ଚେଟ୍ଟୀ, ଅଙ୍ଗନୱାଡି କର୍ମୀ ଲଳିତା ଅମନାତ୍ୟ, NJ ହରିବୋଲା ଜାନୀ,ଅମ୍ବାଳିକା ନାୟକ, ସାହାଯ୍ୟକାରିଣୀ ଭଗବତୀ ଅମନାତ୍ୟ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଅଙ୍ଗନବାଡି କର୍ମୀମାନେ ଉପସ୍ଥିତ ଥିଲେ ।

ବେଣାସୁର ସେକ୍ଟର ସୁପରଭାଇଜର ସୁଶ୍ରୀ ଶର୍ମିଷ୍ଠା ନାୟକଙ୍କ ପରିଚାଳନାରେ ପୋଷଣ ସଚେତନତା ପାଇଁ ଶୋଭାଯାତ୍ରା ବାହାରିବା ସହ ୬ ଜଣ ଗର୍ଭବତୀ, ୪ ଜଣ ପ୍ରସୂତୀ, ୧୩ ଜଣ କିଶୋରୀ, ୨୪ ଜଣ ଅଙ୍ଗନବାଡି କର୍ମୀ ଓ ୨୨ ଜଣ ସହାୟିକା ତଥା ମହିଳା ଓ ଶିଶୁ ମାନଙ୍କୁ ନେଇ ପୋଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Related Articles

Stay Connected

0FansLike
3,122FollowersFollow
19,100SubscribersSubscribe
- Advertisement -spot_img

Latest Articles