ଶିକ୍ଷୟିତ୍ରୀ କସ୍ତୁରୀ ଦାସଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

0
279

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୦୧/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ କ୍ଲଷ୍ଟର ତରଫରୁଅବସର ପୁରୁଣାକଟକ ନୋଡାଲ ୟୁପି ସ୍କୁଲ ର ଶିକ୍ଷୟିତ୍ରୀ କସ୍ତୁରୀ ଦାସଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞ୍ୟାପନ କରାଯାଇଛି |

ପୁରୁଣା କଟକ ନୋଡାଲ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ କାର୍ତ୍ତିକ ବେହେରାଙ୍କ ପୌରହିତ୍ୟରେ ଶିକ୍ଷୟିତ୍ରୀ କସ୍ତୁରୀ ଦାସଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବଟି କମ୍ୱଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା | ମୁଖ୍ୟ ଅତିଥିଭାବେ ହରଭଙ୍ଗା BEO ଦେବରାଜ ପ୍ରଧାନ, ସାମ୍ନାନିତ ଅତିଥି ଭାବେ CRC ଫୁଲଚନ ନାୟକ,ଉପସ୍ଥିତ ଥିଲେ | ତତ ସହିତ ଶିକ୍ଷକ ସାଧୁଚରଣ ଦେହୁରୀ, ସରୋଜିନୀ ସ୍ୱାଇଁ, ସୁବ୍ରତ ପ୍ରଧାନ, ସୁରେନ୍ଦ୍ର ସାହୁ, ପ୍ରତାପ ପ୍ରଧାନ ଜୟନ୍ତୀ ବେହେରା, କୁମୁଦିନୀ ଝlଙ୍କର, ଓ କ୍ଲଷ୍ଟର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ | କମଳପୁର ଉ.ପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିର୍ମଳ ରଣା, ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଉମାଶଙ୍କର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ |