Friday, March 29, 2024

Top 5 This Week

Related Posts

ଏୟାର ଇଣ୍ଡିଆ ର ନୂଆ ମାଲିକ ହେଲେ ଟାଟା ସନ୍ସ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୦୨/୧୦) : ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆ ପ୍ରାୟ ୨୩ ହଜାର କୋଟି ଟଙ୍କା କ୍ଷତିରେ ଚାଲୁଥିଲା । ତେଣୁ ଏହାକୁ ନିଲାମ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । କ୍ଷତିରେ ଚାଲିଥିବା ଏୟାର ଇଣ୍ଡିଆକୁ କିଣିବା ପାଇଁ ଟାଟା ଗ୍ରୁପ୍‌ ଓ ସ୍ପାଇସ୍‌ ଜେଟ୍‌ ମଧ୍ୟରେ ଲାଗିଥିଲା ଜୋରଦାର ଟକ୍କର ।

ଏଥିନିମନ୍ତେ ଉଭୟ ସଂସ୍ଥା ପକ୍ଷରୁ ବିଡ୍ ଦାଖଲ କରାଯାଇଥିଲା । ହେଲେ କରୋନା କଟକଣା ପାଇଁ ଏଥିରେ ସାମାନ୍ୟ ବିଳମ୍ବ ହୋଇଥଇଲା । କେନ୍ଦ୍ର ସରକାର ଏୟାର ଇଣ୍ଡିଆ କୁ ଘରୋଇକରଣ କରିବାକୁ ଦୀର୍ଘ ବର୍ଷ ହେବ ଚେଷ୍ଟା ଚଳାଇଥିଲେ । ୨୦୧୮ ମସିହାରେ କେନ୍ଦ୍ର ସରକାର ଏହି ସଂସ୍ଥାର ୭୬ ପ୍ରତିଶତ ବିକ୍ରି କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ସେତେବେଳେ ଏହାକୁ କିଣିବାକୁ କେହି ଆଗ୍ରହ ପ୍ରକାଶ କରି ନ ଥିଲେ । ଏହି ଏୟାର ଲାଇନ୍ସ ଉପରେ ୨୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୬୦,୦୭୪ କୋଟି ବାକି ପଡ଼ିଥିଲା । ନୂଆ କ୍ରେତାଙ୍କୁ ୨୩,୨୮୬.୫ କୋଟିର କରଜ ବୋଝ ମୁଣ୍ଡାଇବାକୁ ପଡ଼ିବ । ଅବଶିଷ୍ଟ କରଜକୁ ଏୟାର ଇଣ୍ଡିଆ ଆସେଟ ହୋଲଡିଂ ଲିମିଟେଡକୁ ଟ୍ରାନ୍ସଫର କରି ଦିଆଯିବ ।

ଯେଉଁ ଏୟାର ଲାଇନ୍ସ ସଂସ୍ଥା ଟାଟା ସ୍ଥାପନ କରିଥିଲା, ଦୀର୍ଘ ୬୭ ବର୍ଷ ପରେ ପୁଣି ସେହି ସଂସ୍ଥାର ମାଲିକ ହେବାକୁ ଯାଉଛନ୍ତି ଟାଟା ସନ୍ସ । ୧୯୩୨ ମସିହାରେ ଟାଟା ପକ୍ଷରୁ ଟାଟା ଏୟାର ଲାଇନ୍ସ ସ୍ଥାପନ କରାଯାଇଥିଲା । ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ଜେ.ଆର.ଡି ଟାଟା ନିଜେ ଜଣେ ଦକ୍ଷ ପାଇଲଟ ଥିବା ବେଳେ ସେ ଏହାର ଆରମ୍ଭ କରିଥିଲେ ।

୧୯୪୬ରେ ଏହାର ନାମ ବଦଳାଇ ଏୟାର ଇଣ୍ଡିଆ ରଖାଯାଇଥିଲା । ୧୯୫୩ ମସିହାରେ ଏୟାର ଇଣ୍ଡିଆର ମାଲିକାନା ସରକାରଙ୍କ ନିୟନ୍ତ୍ରଣକୁ ଚାଲି ଯାଇଥିଲା । ମାତ୍ର ଦୀର୍ଘ ୬୭ ବର୍ଷ ପରେ ପୁଣି ଥରେ ଟାଟା ସନ୍ସ କୁ ଫେରିଲା ମାଲିକାନା ।

Popular Articles