Thursday, October 21, 2021
HomeUpdate Newsଆସନ୍ତା ଅକ୍ଟୋବର ୮ ରେ ପ୍ରକାଶ ପାଇବ ଯୁକ୍ତ ତିନି ଖାଲି ସିଟ୍‌ ତାଲିକା :...

ଆସନ୍ତା ଅକ୍ଟୋବର ୮ ରେ ପ୍ରକାଶ ପାଇବ ଯୁକ୍ତ ତିନି ଖାଲି ସିଟ୍‌ ତାଲିକା : ୯ରୁ କରିପାରିବେ ଆବେଦନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୦୨/୧୦) : ଆସନ୍ତା ଅକ୍ଟୋବର ୮ ତାରିଖରେ ପ୍ରକାଶ ପାଇବ ଯୁକ୍ତ ତିନି ଖାଲି ସିଟ୍‌ ତାଲିକା । ୯ ତାରିଖରୁ ଆରମ୍ଭ ହେବ ଅନଲାଇନ୍‌ରେ ଆବେଦନ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି ।

୪ ରୁ ୬ ତାରିଖ ମଧ୍ୟରେ କଲେଜଗୁଡ଼ିକ ସେମାନଙ୍କ ଖାଲିଥିବା ସିଟ୍‌ ବାବଦରେ କଲେଜ ୱେବସାଇଟ୍‌ରେ ଅପଲୋଡ କରିବେ । ଆସନ୍ତା ଅକ୍ଟୋବର ୮ ରେ କଲେଜ କର୍ତ୍ତୃପକ୍ଷ ଖାଲି ଥିବା ସିଟ୍‌ ନେଇ ଚୁଡ଼ାନ୍ତ ତାଲିକା ସାମ୍ସ ୱେବ୍‌ସାଇଟ୍‌ ଓ କଲେଜର ଇ-ସ୍ପେସ୍‌ରେ ଅପଲୋଡ କରିବେ । ତେବେ ଛାତ୍ରଛାତ୍ରୀ ଅକ୍ଟୋବର ୯ ରୁ ୧୭ ତାରିଖ ମଧ୍ୟରେ ସ୍ପଟ୍‌ ନାମଲେଖା ପାଇଁ ଆବେଦନ କରିବେ । ପୂର୍ବରୁ ନାମଲେଖା ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କୁ ହିଁ ସ୍ପଟ ନାମଲେଖାରେ ସୁଯୋଗ ଦିଆଯିବ ।

ବିଭାଗର ବିଜ୍ଞପ୍ତି ଅନୁଯାୟୀ ଅକ୍ଟୋବର ୨୧ ଅପରାହ୍ଣ ୫ଟା ସୁଦ୍ଧା ଛାତ୍ରଛାତ୍ରୀ ସେମାନଙ୍କ ଆବେଦନ କପି କଲେଜ ସ୍ତରରେ ଦାଖଲ କରିବାକୁ ହେବ । ୨୩ ତାରିଖରେ କଲେଜର ଇ-ସ୍ପସ୍‌ରେ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପିଲାଙ୍କ ତାଲିକା ପ୍ରକାଶ ପାଇବ । ୨୪ ରୁ ୨୭ ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ କଲେଜରେ ଫି’ ଦାଖଲ କରିବାକୁ ପଡ଼ିବ ।

ସେହିପରି ୨୭ ଏବଂ ୨୮ ତାରିଖରେ ଛାତ୍ରଛାତ୍ରୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ୨୭ ରୁ ୩୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ଦର୍ଶାଇଛି । କରୋନା କଟକଣା ମଧ୍ୟରେ ପିଲାଙ୍କ ନାମ ଲେଖା ପ୍ରକ୍ରିୟା କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ସମସ୍ତ ଡିଗ୍ରୀ ଓ ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି |

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments