Monday, September 9, 2024

ବିଲ କାମ ସାରି ଘରକୁ ଫେରୁଥିଲେ ବ୍ୟକ୍ତି, ହାଣିଦେଲେ ଦୁର୍ବୃତ୍ତ

Date:

Share post:

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୨/୦୮) : ବିଲ କାମ ସାରି ଘରକୁ ଫେରୁଥିଲେ ବ୍ୟକ୍ତି। ଆଉ କିଛି ସମୟ ପରେ ଘରେ ପହଞ୍ଚିଥାନ୍ତେ । ମାତ୍ର ତାହା ପୂର୍ବରୁ ଘଟିଲା ଅଘଟଣ ।

ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ କାତିରେ ହାଣିଲେ ଦୁର୍ବୃତ୍ତ । ଆଉ ଘରକୁ ଫେରିବା ପରିବର୍ତ୍ତେ ବ୍ୟକ୍ତିଜଣକ ସିଧାସଳଖ ମେଡିକାଲରେ ପହଞ୍ଚିଲେ । ଏପରି ଏକ ଘଟଣା ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ହଂସରାଳିରେ ଘଟିଛି। ଆହତ ବ୍ୟକ୍ତିଜଣକ ହେଲେ ସୁଦର୍ଶନ ସାହୁ । ସୁଦର୍ଶନ ଡେଙ୍ଗାଡି ବିଦ୍ୟୁତ୍‌ ବିଭାଗରେ ଲାଇନମ୍ୟାନ ଭାବେ କାର୍ଯ୍ୟରତ ଥିଲେ । ଗତକାଲି ସୁଦର୍ଶନ ନିଜ ଚାଷ ଜମିକୁ କାମ କରିବାକୁ ଯାଇଥିଲେ । ସେଠାରୁ ସେ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି ।

ଖବର ପାଇ ପରିବାର ଲୋକେ ତୁରନ୍ତ ତାଙ୍କୁ ଆଡ଼ପଡା ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାକୁ ତାଙ୍କୁ ବ୍ରହ୍ମପୁର MKCG କୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହି ଆକ୍ରମଣର କାରଣ ଅଶ୍ୱଷ୍ଟ ରହିଥିବା ବେଳେ ଦୁର୍ବୃତ୍ତଙ୍କ ଚିହ୍ନଟ ହୋଇ ପାରିନି। ଗାଁରେ ଭୟରେ କେହି ମଧ୍ୟ ପାଟି ଖୋଲୁନଥିବା ଜଣାଯାଇଛି।

 

spot_img

Related articles

ସବୁ ସହଜ ଜନସେବା କେନ୍ଦ୍ରରେ ହୋଇ ପାରିବ ‘ସୁଭଦ୍ରା’ ଯୋଜନାର ଅନଲାଇନ ଆବେଦନ : ବ୍ୟସ୍ତ ବିବ୍ରତ ନହେବାକୁ ବ୍ଲକ ପ୍ରଶାସନର ନିବେଦନ

ରିପୋର୍ଟ : ଧୃବରାଜ ମିଶ୍ର ସୁବର୍ଣ୍ଣପୁର, (୦୬/୦୯) : ରାଜ୍ୟ ସରକାର ଆରମ୍ଭ କରିଥିବା' ସୁଭଦ୍ରା' ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲା...

ସୁଭଦ୍ରା ଯୋଜନାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ, ସାମିଲ ହେବା ଏକ ନିରନ୍ତର ପ୍ରକ୍ରିୟା, ଆବେଦନ ସମୟ ସୀମାର କୌଣସି ଅବଧି ନାହିଁ : ସୁବର୍ଣ୍ଣପୁର ଜିଲ୍ଲପାଳ

ରିପୋର୍ଟ : ଧୃବରାଜ ମିଶ୍ର ସୁବର୍ଣ୍ଣପୁର, (୦୬/୦୯) : ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ 'ସୁଭଦ୍ରା’ ଯୋଜନା ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ...

ପୁରୁଷୋତ୍ତମପୁର ବସଷ୍ଟାଣ୍ଡ ଠାରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଦ୍ୱାରା ଏକ ଡିଲର ଦୋକାନର ଉଦଘାଟନ ଅନୁଷ୍ଠିତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // ପୁରୁଷୋତ୍ତମପୁର, (୦୬/୦୯) : ପୁରୁଷୋତ୍ତମପୁର ଏନଏସି ସ୍ଥିତ ବସଷ୍ଟାଣ୍ଡ ନିକଟରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ...

ଆଜି ଗୁରୁ ଦିବସ, ଗୁରୁ ହେଉଛନ୍ତି ଜୀବନର ପ୍ରଥମ ପଥ ପ୍ରଦର୍ଶକ

ରିପୋର୍ଟ : ଜଗଦୀଶ ଦାଶ ରାଇକିଆ, (୦୬/୦୯) : ଆଜି ପବିତ୍ର ଗୁରୁ ଦିବସ । କୁହାଯାଏ, ଗୁରୁ ବିନା ଜୀବନ ଅନ୍ଧକାର ବୋଲି...